ଶ୍ରୀଜଗନ୍ନାଥଙ୍କ ଛପନ ଭୋଗର ପଖାଳ ଏକ ଅଂଶ ବିଶେଷ

ପୁରୀ,୨୦।୩ : ଓଡିଶାର ପରମ୍ପରା ମହାପ୍ରଭୁ ଜଗନ୍ନାଥଙ୍କ ସହ ଜଡିତ । ପଖାଳ ସହ ଜଡିତ ଆମ ବଡ ଠାକୁରଙ୍କର ଛପନ ଭୋଗ ।ଶ୍ରୀଜଗନ୍ନାଥଙ୍କ ଛପନ ଭୋଗର ଏହା ଏକ ଅଂଶ ବିଶେଷ। ଜଗନ୍ନାଥପ୍ରେମୀଙ୍କ ପାଇଁ ‘ଟଙ୍କ ତୋରାଣି’ ଅମୃତ ସଦୃଶ। ଦଶମ ଶତାବ୍ଦୀରୁ ଶ୍ରୀମନ୍ଦିରରେ ପଖାଳ ପ୍ରସଙ୍ଗ ଯୋଡ଼ି ହୋଇଆସିଛି।   ସାଧାରଣ ଲୋକଟିଏ  ଯପରି ପଖାଳପ୍ରିୟ, ମହାପ୍ରଭୁ ସେମିତି ପଖାଳପ୍ରିୟ । ଶୀଗୁଣ୍ଡିଚା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମୟକୁ ଛାଡିଦେଲେ ବାକି ବର୍ଷର ସମସ୍ତ ଦିବସରେ ବଡସିଂହାର ଭୋଗରେ ପଖାଳ ଭୋଗ ଗ୍ରହଣ କରି ମହାପ୍ରଭୁ ଆତ୍ମସନ୍ତୋଷ ଲାଭ କରିଥାନ୍ତିା ଆମ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳର ଲୋକପ୍ରିୟତାକୁ ଦେଖି ଗତ କିଛି ବର୍ଷ ଧରି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି । ଦହି ପଖାଳ, ଜିରା ପଖାଳ, ଘିଅ ପଖାଳ, ସଜ ପଖାଳ, ବାସି ପଖାଳ, ଆମ୍ବ ପଖାଳ, ଚିପୁଡ଼ା ପଖାଳ, ମଲ୍ଲୀଫୁଲ ପଖାଳ, ମିଠା ପଖାଳ, ତାୱା ପଖାଳ, ମାଣ୍ଡିଆ ପଖାଳ ଆଦି ‘ପଖାଳ’ର ଭିନ୍ନ ଭିନ୍ନ ରୂପ ଅଟେ। ଏଥି ମଧ୍ୟରୁ ଦହି ପଖାଳ, ଘିଅ ପଖାଳ, ମିଠା ପଖାଳ, ସଜ ପଖାଳ ମହାପ୍ରଭୁଙ୍କ ଛପନ ଭୋଗ ଲାଗି ହୋଇଥାଏ ମହାପ୍ରଭୁ ହେଉଛନ୍ତି ବଡ଼ଖିଆ ସାଆନ୍ତ। ତେଣୁ ମହାପ୍ରଭୁଙ୍କ ପାଇଁ ମଲ୍ଲିଫୁଲିଆ ପଖାଳ, ଟଭା ପଖାଳ, ସୁବାସିତ ପଖାଳ, ଜିରା ପଖାଳ, ଚିପୁଡ଼ା ପଖାଳ ଓ ଘିଅ ପଖାଳ ପ୍ରସ୍ତୁତ ହୁଏ। ପଖାଳ ସଂସ୍କୃତିରୁ ଟଙ୍କ ତୋରାଣିର ସୃଷ୍ଟି। ମହାପ୍ରଭୁ ଯେତେ ଛପନ ଭୋଗ ଖାଇଲେ ମଧ୍ୟ କଦଳୀ ଭଜା ସହ ନିତ୍ୟ ପଖାଳ ସେବନ କରନ୍ତି। ସନ୍ଧ୍ୟା ଧୂପ ସମୟରେ ପଖାଳ ଓଳିରେ ପ୍ରତିଦିନ ମହାପ୍ରଭୁ ପଖାଳ ସେବନ କରନ୍ତି। କେବଳ ସେତିକି ନୁହେଁ, ବଡ଼ସିଂହାର ସମୟରେ ମଧ୍ୟ ମହାପ୍ରଭୁ ଘିଅ ପଖାଳ ଖାଇ ନିଦ୍ରା ଯାଆନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଯେ ପଖାଳ ପ୍ରିୟ ଓ ତାଙ୍କଠାରୁ ପଖାଳର ଏ ପରିକଳ୍ପନା ତାହା ଗବେଷକମାନେ ସ୍ବୀକାର କରନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!