ଶ୍ରୀମନ୍ତ ରଥ ହେଲେ ଚାନ୍ଦାହାଣ୍ଡି ବ୍ଲକ ଯୁବ ହିନ୍ଦୁ ମହାସଂଘ ସଭାପତି

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨୬।୨ :ନବରଙ୍ଗପୁରଆଜି ବିଧିବଦ୍ଧ ଭାବେ ଶ୍ରୀମନ୍ତ ରଥ ଙ୍କୁ ଚାନ୍ଦାହାଣ୍ଡି ବ୍ଲକ ଯୁବ ହିନ୍ଦୁ ମହାସଂଘ ର ସଭାପତି ମନୋନୀତ କରା ଯାଇଛି। ଏହି ଅବସରରେ ହିନ୍ଦୁ ମହାସଂଘ ପକ୍ଷରୁ ଭବାନୀ ବାହିନୀ ପ୍ରମୁଖ ଜୟଶ୍ରୀ ନାୟକ, ମୁଖ୍ୟ ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ଯେ ଆଗାମୀ ଚୈତ୍ର ଶୁକ୍ଳ ପ୍ରତିପଦ ଅବସରରେ ୫ହଜାର ରୁ ଉର୍ଦ୍ଧ୍ବ ଯୁବକ ମହାସଂଘ ରେ ଯୋଗଦାନ କରିବେ ଅବିଭକ୍ତ କୋରାପୁଟ ଜିଲ୍ଲାରେ। ସଂଯୋଜକ ନରସିଂହ ତ୍ରିପାଠୀ, ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା ଏବଂ ଅନ୍ୟମାନେ ମଧ୍ୟ ଶ୍ରୀମନ୍ତ ରଥ ଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଯୁବ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଲୋକନାଥ ପାଣିଗ୍ରାହୀ ଏବଂ କାର୍ଯ୍ୟକାରୀ ସଭାପତି ସୁଦର୍ଶନ ବେହେରା ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଦେଇ ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ନିର୍ମାଣ ଦିଗରେ ଅନ୍ୟ ଯୁବକ ମାନଙ୍କୁ ମହାସଂଘ ରେ ଯୋଗଦାନ କରିବା ପାଇଁ ଅନୁରୋଧ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: