ପୁରୀ, ୧୭/୦୯: ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କେତେକ ବିଶେଷ ନୀତି ଅନୁଷ୍ଠିତ ଯୋଗୁଁ ଶ୍ରଦ୍ଧାଳୁଙ୍କ ପାଇଁ ଜଗାଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୁନିଆଁ ପର୍ବ ଓ ବାମନ ଜନ୍ମ ପାଇଁ ବିଶେଷ ନୀତି ହେଉଥିବାରୁ କଟକଣା ଲାଗୁ କରାଯାଇଛି । କନ୍ୟା ସଂକ୍ରାନ୍ତି ଶ୍ରାବଣା ମର୍କତ ନକ୍ଷତ୍ର ସନ ୧୪୨୯ ସାଲ ଆରମ୍ଭ ପାଇଁ ମନ୍ଦିରରେ ବିଶେଷ ନୀତି ପାଳନ ହେବ । ତେଣୁ ଶୁକ୍ରବାର ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି ।ସେପଟେ ପୁରୀବାସୀଙ୍କୁ ସ୍ୱତନ୍ତ୍ର ଦର୍ଶନ ସୁବିଧା ଦାବିରେ ଗୁରୁବାର ଦିନ ଆନ୍ଦୋଳନକୁ ଓହ୍ଲାଇଥିଲା ଶ୍ରୀଜଗନ୍ନାଥ ସେନା । ଅଗଷ୍ଟ ୧୬ରୁ ପୁରୀବାସୀଙ୍କ ଲାଗି ଖୋଲିଥିଲା ଶ୍ରୀମନ୍ଦିର । ୫ ଦିନ ଧରି କାଳିଆକୁ ଦର୍ଶନ ପାଇଁ ସୁଯୋଗ ପାଇଥିଲେ ପୁରୀବାସୀ । ହେଲେ ୨୩ ତାରିଖରୁ ସ୍ୱତନ୍ତ୍ର ଦର୍ଶନ ଆଧାରରେ ପୁରୀବାସୀ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ତେଣୁ ପୁରୀବାସୀଙ୍କୁ ସ୍ୱତନ୍ତ୍ର ଦର୍ଶନ ସୁବିଧା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ଶ୍ରୀଜଗନ୍ନାଥ ସେନା । ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପ୍ରଶାସନର ନିଷ୍ପତ୍ତିକୁ କଡା ବିରୋଧ କରାଯାଇଛି । ସିଂହଦ୍ୱାର ସମ୍ମୁଖରେ ଦର୍ଶନ ଦାବି ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ଧାରଣା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |