ଶ୍ରୀମନ୍ଦିର ପରିକ୍ରମା ପକଳ୍ପ:ବେଆଇନ ଖନନ ଓ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଏତଲା

ପୁରୀ,୧୬।୦୩: ଶ୍ରୀମନ୍ଦିର ପରିକ୍ରମା ପକଳ୍ପକୁ ନେଇ ବେଆଇନ ଖନନ ଓ ନିର୍ମାଣ ବିରୁଦ୍ଧରେ ସିଂହଦ୍ୱାର ଥାନାରେ ଏତଲା । ପୁରୀ ଓକିଲ ସଂଘ ପକ୍ଷରୁ ବରିଷ୍ଠ ଓକିଲମାନଙ୍କ ପକ୍ଷରୁ ଏତଲା ଦାଖଲ କରାଯାଇଛି । ଜିଲ୍ଲାପାଳ ଏବଂ ଟାଟା କନ୍‌ଷ୍ଟ୍ରକ୍ସନ ଓ ଓବିସି କତ୍ତୃପକ୍ଷଙ୍କ ବିରୁଦ୍ଧରେ ସିଂହଦ୍ୱାର ଥାନାରେ ଏତଲା ଦେଲେ ଆଇନଜୀବୀ ସଙ୍ଘ । ପୂର୍ବରୁ ଲିଗାଲ କମିଟି ବୈଠକ ଏବଂ ସାଧାରଣ ପରିଷଦ ବୈଠକରେ ନିଆଯାଇଥିଲା ନିଷ୍ପତ୍ତି । ଆଜି ସିଂହଦ୍ୱାର ଥାନା ଆଇଆଇସିଙ୍କୁ ଶ୍ରୀମନ୍ଦିର ଚୌହଦିରେ ଚାଲିଥିବା ବେଆଇନ ନିର୍ମାଣ ବିରୁଦ୍ଧରେ ଏତଲା ଦେବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: