ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ରାୟ ସଂରକ୍ଷିତ ରଖିଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ,୦୨/୦୬: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଓଡ଼ିଶା ସରକାର ଚଳାଇଥିବା ବେଆଇନ ଉତ୍‌ଖନନ ଏବଂ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଆଗତ ପିଟିସନ୍‌ଗୁଡ଼ିକର ଶୁଣାଣି କରି ଆଜି ସୁପ୍ରିମ୍‌ କୋର୍ଟ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତାକାଲି ଅଦାଲତ ଏହି ମାମଲାର ରାୟ ଶୁଣାଇବେ।ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଶ୍ରୀମନ୍ଦିର ପରିକ୍ରମା ମାମଲାର ଶୁଣାଣି । ବିଚାରପତି ବି ଆର ଗଭାଇ ଓ ବିଚାରପତି ହିମା କୋହଲୀଙ୍କ ଖଣ୍ଡପୀଠରେ ଶୁଣାଣି ତାଲିକା ସଂଖ୍ୟା ୨୦ରେ ଶ୍ରୀମନ୍ଦିର ମାମଲା ସ୍ଥାନ ପାଇଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅତିରିକ୍ତ ଶୁଣାଣି ତାଲିକା ଅନୁଯାୟୀ ଅର୍ଦ୍ଧେନ୍ଦୁ କୁମାର ଦାସ ଓ ସୁମନ୍ତ କୁମାର ଘଡ଼େଇ ଦ୍ୱାରା ଆଗତ ମାମଲା ଦ୍ୱୟର ଶୁଣାଣି ହେବ। ଆମସାର ଆଇନକୁ ଉଲ୍ଲଙ୍ଘନ କରି ରାଜ୍ୟ ସରକାର ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି ବୋଲି ମାମଲାକାରୀ ନ୍ୟାୟାଳୟରେ ଅଭିଯୋଗ କରିଛନ୍ତି। ତୁରନ୍ତ ନିର୍ମାଣ କାର୍ଯ୍ୟ ରୋକିବା ଲାଗି କାର୍ଯ୍ୟବନ୍ଦ ଆଦେଶ ଜାରି କରିବାକୁ ଏସଏଲପିରେ ନିବେଦନ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: