ଶ୍ରୀଲକ୍ଷ୍ମୀନାରାୟଣଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

କେନ୍ଦ୍ରାପଡ଼ା,୨୮ା୧ :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଞ୍ଚାୟତର ପାଣ୍ଡିରି ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ବ୍ୟାପି ଆୟୋଜିତ ଏହି ଆଧ୍ୟାତ୍ମିକ ମହୋତ୍ସବରେ ପ୍ରତିଦିନ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ବିଭିନ୍ନ ଦିବସରେ ଅଙ୍କୁରୋପଣ, କଳସଯାତ୍ରା, ସୂର୍ଯ୍ୟପୂଜା, ଗୀତାଯଜ୍ଞ, ଘୃତଯଜ୍ଞ ପ୍ରଭୃତି ବିଧର ମୁତାବକ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପୂଜକ ପ୍ରଫୁଲ୍ଲ କୁମାର ଦାଶ ଓ ନିଗମ କୁମାର ଦାଶଙ୍କ ତତ୍ୱାବଧାନରେ ପଣ୍ଡିତ ମଣ୍ଡଳୀ ରୀତିନୀତି ଅନୁଯାୟି ପୂଜା କାର୍ଯ୍ୟ କରିଥିଲେ । ମଠାଧିଶ ଜୀବନାନନ୍ଦ ମହାନ୍ତି କର୍ତ୍ତା ଭାବେ ପୂଜାରେ ସଙ୍କଳ୍ପ କରିଥିଲେ । ଶ୍ରୀଲକ୍ଷ୍ମୀନାରାଜୀଉ ନଗର ପରିକ୍ରମା କରି ନୂତନ ମନ୍ଦିରରେ ପ୍ରବେଶ କରିଥିଲେ । ଏଥିରେ ଶତାଧିକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରି ବିଭୁକୃପା ଲାଭ କରିଥିଲେ । ପ୍ରତି ସନ୍ଧ୍ୟାରେ ଭଜନ,କୀର୍ତ୍ତନ ପ୍ରଭୃତି ପରିବେଷଣ କରାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: