ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀଉ ମହାଜନ ପାଣିଗ୍ରାହୀ ସଂଘ ପକ୍ଷରୁ ରଥଯାତ୍ରା ପାଇଁ ଦାବି

କେନ୍ଦ୍ରାପଡ଼ା,୧୬ା୬ : ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀଉ ମହାଜନ ପାଣିଗ୍ରାହୀ ବିଜେପଣ୍ଡା ସଂଘ ପକ୍ଷରୁ ଶ୍ରୀ ଜୀଉଙ୍କ ରଥଯାତ୍ରା ପାଇଁ ଏକ ଦାବିପତ୍ର ବଳଦେବଜୀଉ ଦେବୋତ୍ତର ସଂସ୍ଥାର ସଭାପତିଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଚଳିତ ବର୍ଷ ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରାକୁ କୋଭିଡ କଟକଣା ଯୋଗୁ ବନ୍ଦ କରାଯାଇଥିବାରୁ ବଳଦେବଜୀଉ ମହାଜନ ପାଣିଗ୍ରାହୀ ବିଜେପଣ୍ଡା ସଂଘ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ । ଜିଲ୍ଲାର ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନେ ମଧ୍ୟ ଏ ନେଇ ମର୍ମାହତ ହୋଇପଡିଛନ୍ତି । ଗତ ବର୍ଷ କୋଭିଡ କଟକଣା ଯୋଗୁ ଶ୍ରୀ ଜୀଉଙ୍କ ମନ୍ଦିର ପରିସରରେ ମହାପ୍ରଭୁଙ୍କର ଅସ୍ଥାୟୀଭାବରେ ରଥଯାତ୍ରାର ସମସ୍ତ ନୀତିକାନ୍ତି କାର୍ଯ୍ୟ କରାଯାଇଥିବାରୁ ବହୁ ଜନଅସନ୍ତୋଷ ଦେଖାଯିବା ସହ ଶ୍ରୀଜୀଉଙ୍କ ସେବାରେ ବହୁ ବିଭ୍ରାଟ ସୃଷ୍ଟ୍‌ି ହୋଇଥିଲା । ତେଣୁ ଚଳିତ ବର୍ଷ କୋଭିଡ ନିୟମ ଅନୁପାଳକ ପୂର୍ବକ ଶ୍ରୀଜୀଉଙ୍କ ରଥଯାତ୍ରା କରାଯିବା, ବିଧିମୁତାବକ ଜ୍ୟେଷ୍ଠ ପୁର୍ଣ୍ଣିମାଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା, ଯଦି ଚଳିତ ବର୍ଷ ରଥ ଗଡିବା ବନ୍ଦ କରାଯାଏ ତେବେ ରଥ ନିର୍ମାଣ କରାଯାଇ ଶ୍ରୀ ଗୁଣ୍ଡିଚା ଦିନ ରଥ ଉପରକୁ ମହାପ୍ରଭୁଙ୍କୁ ବିଜେ କରାଯାଇ ବାହୁଡା ଯାତ୍ରା ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ରଥ ଉପରେ କରାଯିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଯଦି ଏଭଳି କରା ନ ଯାଏ ତେବେ ଚଳିତ ବର୍ଷ ଶ୍ରୀଜୀଉଙ୍କର ସମସ୍ତ କାର୍ଯ୍ୟ ଯଥା ନେତ୍ରୋତ୍ସବଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ସେବା କାର୍ଯ୍ୟ ମଝି ଦେଉଳ ବା ଅଣସର ପିଣ୍ଡିରେ ସମାପନ କରାଯିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମହାଜନ ପାଣିଗ୍ରାହୀ ବିଜେ ପଣ୍ଡା ସେବକ ସଂଘ ପକ୍ଷରୁ ସଭାପତି ମାନଗୋବିନ୍ଦ କର, ଉପସଭାପତି ନୃସିଂହ ମହାପାତ୍ର, ସମ୍ପାଦକ ରବିନ୍ଦ୍ର କୁମାର ମହାପାତ୍ର, କୋଷାଧ୍ୟକ୍ଷ ଗୋପାଳ କୃଷ୍ଣ କର, ଅନନ୍ତ ଚରଣ କର, ନୟନ କିଶୋର ପଣ୍ଡା, ନୃସିଂହ ଚରଣ କର, ରବିନ୍ଦ୍ର କର, ଅର୍ଜୁନ ଚରଣ କର, ପ୍ରଫୁଲ୍ଲ କୁମାର କର, ପ୍ରଦୀପ ବ୍ରହ୍ମଚାରୀ, ହୃଷିକେଶ କର, ସୁରେଶ ରଞ୍ଜନ କର ପ୍ରମୁଖ ଶ୍ରୀବଳଦେବଜୀଉ ଦେବୋତ୍ତର ସଂସ୍ଥାର ସଭାପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!