ଶ୍ରୀସେତୁ ପ୍ରକଳ୍ପ ନେଇ କ୍ଷତିଗ୍ରସ୍ତଙ୍କୁ ଦିଆଯିବ ୩ .୭୯କୋଟି

ପୁରୀ,୧୦/୦୩:  ଶ୍ରୀସେତୁ ପ୍ରକଳ୍ପ ନେଇ କ୍ଷତିଗ୍ରସ୍ତ ହେଉଥିବା ପରିବାରକୁ କ୍ଷତିପୂରଣ ବାବଦରେ ୩ କୋଟି ୭୯ ଲକ୍ଷ ୪୮ ହଜାର ୧୭ ଟଙ୍କା ପ୍ରଦାନ କରାଯିବା   । ପ୍ରଶାସନିକ ନିଷ୍ପତ୍ତିକୁ ଆରଡିସି ମଞ୍ଜୁର କରିଥିବା ଜଣାପଡ଼ିଛି   ।  ୨୬୦ ଜଣ କୃଷି ଶ୍ରମିକଙ୍କୁ ୭୫ ହଜାର ୪୦୦ ଟଙ୍କା ଲେଖାଏଁ କରି ମୋଟ ୧ କୋଟି ୯୬ ଲକ୍ଷ ୪ ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ଦୋକାନ କରିଥିବା ୧୧ ଜଣକ୍ଷୁଦ୍ର ବ୍ୟବସାୟୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ୨ ଲକ୍ଷ ୭୫ ହଜାର ଟଙ୍କା ଦିଆଯିବ |ସେହିପରି ଘର ଦଖଲ ବାବଦ ସହାୟତା ୧୯ ଜଣ ପରିବାରଙ୍କୁ ୮୩ ଲକ୍ଷ ୭୯ ହଜାର ୧୭ ଟଙ୍କା, ଘର କରିବା ବାବଦ ସହାୟତା ୩୦ ଜଣଙ୍କୁ ୨ ଲକ୍ଷ ୭୩ ହଜାର ଟଙ୍କା ଲେଖାଏଁ କରି ମୋଟ ୮୧ ଲକ୍ଷ ୯୦ ହଜାର ଟଙ୍କା, ସ୍ଥାନାନ୍ତର ଭତ୍ତା ୫୦ ହଜାର ଟଙ୍କା ଲେଖାଏଁ କରି ୩୦ ପରିବାରଙ୍କୁ ମୋଟ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ଗତ ଡିସେମ୍ବର ମାସ ୨୭ ତାରିଖରେ ବସିଥିବା ଜନଶୁଣାଣି ମତାମତ ଓ ଜମି ଅଧିଗ୍ରହଣ ପୁନର୍ବାସ ଓ ପୁନଃଥଇଥାନ ଚିଠାକୁ ଦୃଷ୍ଟିରେ ରଖି ଏହି ମଞ୍ଜୁରି ମିଳିଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱରସାହି-୧ ମୌଜାର ଲୋକେ କ୍ଷତିଗ୍ରସ୍ତ ହେଉଛନ୍ତି । ଉକ୍ତ ପ୍ରକଳ୍ପ ନିମନ୍ତେ ମୋଟ ୩୭ ଏକର ୯୮୪ ଡିସିମିଲ ଜମି ଅଧିଗ୍ରହଣ ହେବ । ଏହା ଭିତରେ ସମଙ୍ଗ ମୌଜାର ବେସରକାରୀ ୧୭. ୯୪୭ ଏକର ଓ ସରକାରୀ ଜମି .୦୧୧ ଡିସିମିଲି ରହିଛି । ମାଟିତୋଟା ମୌଜାରେ ବେସରକାରୀ ଜମି ୧୨.୬୫ ଏକର ଓ ସରକାରୀ .୧୬୨ ଡିସିମିଲ ଅଧିଗ୍ରହଣ ହେବ । ମାର୍କଣ୍ଡେଶ୍ୱର ସାହି ନଂ ୧ ମୌଜାରୁ ବେସରକାରୀ ୧.୭୦୩ ଏକର ଓ ସରକାରୀ ୩.୪୬୫ ଏକର ଅଧିଗ୍ରହଣ ହେବ । ଦାଣ୍ଡିମାଳସାହି ମୌଜାରୁ ବେସରକାରୀ ୨.୫୪୬ ଏକର ଓ ସରକାରୀ ୩.୭୩୮ ଏକର ଜମି ଅଧିଗ୍ରହଣ ହେବ । ମୋଟ ଜମି ମଧ୍ୟରୁ ବେସରକାରୀ ଜମି ୩୪.୨୪୬ ଏକର ଥିବା ବେଳେ ସରକାରୀ ଜମି ୩.୭୩୮ ଏକର ରହିଛି । ତେବେ ଉକ୍ତ ମୋଟ ଜମି ମଧ୍ୟରୁ ଆଉ ମାତ୍ର ୮.୩୭୭ ଏକର ଏହି ମୌଜାମାନଙ୍କରେ ଅଧିଗ୍ରହଣ ବାକି ରହିଛି । ଯାହାକୁ ଶେଷ କରିବାକୁ ପ୍ରଶାସନ ଉଦ୍ୟମ ଚଳାଇଛି । ଅବଢ଼ା ଯୋଜନାରେ ରାଜ୍ୟ ସରକାର ଶ୍ରୀସେତୁ ପକଳ୍ପକୁ ଏକ ଆଇକନିକ ପ୍ରକଳ୍ପ ବୋଲି ଉଲ୍ଲେଖ କରି ମଙ୍ଗଳାଘାଟ ବାଇପାସ୍‌ଠାରୁ ଜଗନ୍ନାଥବଲ୍ଲଭ ଯାତ୍ରୀ କେନ୍ଦ୍ରକୁ ଏହି ଟ୍ରମ୍ପେଟ୍‌ ବ୍ରିଜ୍‌ ମୂଷା ନଈ ଉପରେ କରୁଛନ୍ତି । ଏହି ବ୍ରିଜ୍‌ ଉପରେ ଶ୍ରୀମନ୍ଦିର ଦର୍ଶନର ଅପୂର୍ବ ଅନୁଭବ ମିଳିବ । ଦେଢ଼ କିଲୋମିଟର ବିଶିଷ୍ଟ ଏହି ବ୍ରିିଜ୍‌ ନିର୍ମାଣରେ ୧୯୦ କୋଟି ଖର୍ଚ୍ଚ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!