କଟକ,୧୧।୬ : ରବିବାର କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ହେବ ଟି-ଟ୍ୱେଣ୍ଟି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ କିଛି ସମୟ ପୂର୍ବରୁ ଭୁବନେଶ୍ୱରର ମେ ଫେୟାର ହୋଟେଲରୁ କଡା ସୁରକ୍ଷା ମଧ୍ୟରେ ୨ଟି ବସରେ ଦକ୍ଷିଣ-ଆଫ୍ରିକା ଖେଳାଳି ଅଭ୍ୟାସ ପାଇଁ ଷ୍ଟାଡିୟମରେ ପହଞ୍ଚି ସାରିଛନ୍ତି।ଷ୍ଟାଡିୟମରେ ପାଣି ବୋତଲ ସାଙ୍ଗକୁ ବାହାରୁ ଖାଇବା ମଧ୍ୟ ନ ଅଣିବାକୁ କଟକ ଡିସିପି ପିନାକ ମିଶ୍ର ପ୍ରେସ୍ ମିଟ୍ ରେ ସୂଚନା ଦେଇଛନ୍ତି। ମ୍ୟାଚ୍ ସମୟରେ ପ୍ରାୟ ୬୨ ପ୍ଲାଟୁନ୍ ପୋଲିସ ମୁତୟନ ହେବେ ବୋଲି ଡିସିପି ସୂଚନା କହିଛନ୍ତି। ସେହିପରି ଷ୍ଟାଡିୟମକୁ ମ୍ୟାଚ୍ ବସ୍କ,ଲାଇଟର, ହେଲମେଟ୍, ବ୍ୟାଗ୍ ମାଧ୍ୟ ଷ୍ଟାଡିୟମକୁ ଅନୁମତି ମିଳିବ ନାହିଁ। ଏନେଇ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ୩ ଡିସିପି,୭ ଅତିରିକ୍ତ ଡିସିପି,୩୨ ଜଣ ଏସିପି,୪୫ ଇନ୍ସପେକ୍ଟର,୨୭୦ ଏସଆଇ ରାଙ୍କ୍ ଅଧିକାରୀ ମୁତୟନ ହେବେ । ୧୧୩ ଜଣ ଟ୍ରାଫିକ ପୁଲିସ,୪୩ ଜଣ ମହିଳା କନଷ୍ଟେବଲ୍ ରହିବେ। ଏହାସହ ଫୋପାଡିଲା ଭଳି କୌଣସି ଜିନିଷ ଦର୍ଶକ ସାଙ୍ଗରେ ନେଇ ପାରିବେ ନାହିଁ। ଷ୍ଟାଡିୟମ ଭିତରକୁ ବାହାର ପାଣି ବୋତଲ,ଖାଦ୍ୟ ମନା। ମ୍ୟାଚ ବକ୍ସ,ହେଲମେଟ୍,ବ୍ୟାଗ ମଧ୍ୟ ଷ୍ଟାଡିୟମକୁ ନେବାକୁ ଅନୁମତି ନାହିଁ। ମୋବାଇଲ ଓ ଚଷମା ଛାଡି ଅନ୍ୟ କୌଣସି ଜିନିଷ ଷ୍ଟାଡିୟମକୁ ଛଡା ଯିବ ନାହିଁ ।
ସାଙ୍ଗରେ ଖୁଚୁରା ପଇସା ନଥିବା ଭଲ ବୋଲି କଟକ ଡିିସିପି କହିଛନ୍ତି। ବିନା ମାସ୍କରେ କାହାକୁ ମଧ୍ୟ ଷ୍ଟାଡିୟମକୁ ଯିବାକୁ ଅନୁମତି ମିଳିବ ନାହିଁ। ସଭିଁଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରାଯାଇଛି। ସମସ୍ତ ପୁଲିସ କର୍ମଚାରୀ ମଧ୍ୟ ମାସ୍କ ପିନ୍ଧିବେ। ଅପରାହ୍ନ ୩ଟାରେ ଷ୍ଟାଡିୟମ ଭିତରକୁ ଯିବାକୁ ଗେଟ୍ ଖୋଲାଯିବ। ଶୃଙ୍ଖଳିତ ମ୍ୟାଚ ପାଇଁ ଡିସିପି ସାଧାରଣ ବ୍ୟକ୍ତିଙ୍କ ସହଯୋଗ ଲୋଡିଛନ୍ତି। ଗାଡି ପାର୍କିଙ୍ଗ ପାଇଁ ବାଲିଯାତ୍ରା ପଡିଆରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |