ସଂକଳ୍ପ ସିନିୟର୍ ସେକେଣ୍ଡାରୀ ବିଦ୍ୟାଳୟରେ ସୌର ପାୱାର ପ୍ଲାଣ୍ଟ ଓ ଅଟଲ ଟିଙ୍କରିଂ ଲ୍ୟାବର ଶୁଭାରମ୍ଭ

ବ୍ରହ୍ମପୁର,୦୭/୦୪(ମନୋଜ କୁମାର ପାତ୍ର):ବ୍ରହ୍ମପୁର ଉପକଣ୍ଠ ରାଳବ ସ୍ଥିତ ସଂକଳ୍ପ ବିଦ୍ୟାଳୟ ପରିସରରେ ଆଜି ସୌର ପାୱାର ପ୍ଲାଣ୍ଟ ଓ ଅଟଲ୍ ଟିଙ୍କରିଂ ଲେବର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶୁଭାରମ୍ଭ ଉତ୍ସବରେ ବିଏମସି କମିଶନର ଡଃ ସିଦ୍ଧେଶ୍ୱର ଵଳିରାମ ଵୋନ୍ଦାର ମୁଖ୍ୟ ଅତିଥି ଏବଂ ସମ୍ମାନନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ କୀର୍ତ୍ତି ଭାସନ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଉତ୍ସବରେ ସଙ୍କଳ୍ପ ବିଦ୍ୟାଳୟ ପରିଚାଳନା କମିଟି ଏବଂ ବ୍ରହ୍ମପୁରର ମାନ୍ୟଗଣ୍ୟ ଅତିଥିମାନେ ଅଂଶ ଗ୍ରହଣ କରିଥିଲେ । ଏହି ସଭାରେ ମାନ୍ୟବର ମୁଖ୍ୟ ଅତିଥି ସଙ୍କଳ୍ପ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ତିନୋଟି ସୂତ୍ର ଅବଲମ୍ବନ କରିବା ପାଇଁ ପ୍ରେରଣା ଦେଇଥିଲେ । ପ୍ରଥମଟି ହେଲା ପଠନ ଅଭ୍ୟାସ, ଦ୍ଵିତୀୟଟି ହେଲା ସାଧାରଣ ଜ୍ଞାନ ଆହରଣ ଏବଂ ପ୍ରତିଦିନ ଘଟୁଥିବା ଘଟଣାବଳୀ ପ୍ରତି ସଚେତ ରହିବା , ତୃତୀୟଟି ହେଲା କ୍ରୀଡା ପ୍ରତି ଆଗ୍ରହୀ ହେବା ପାଇଁ ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପ୍ରବର୍ତ୍ତାଇ ଥିଲେ । ମର୍ଯ୍ୟାଦା ସମ୍ପନ୍ନ ସଙ୍କଳ୍ପ ବିଦ୍ୟାଳୟ ଯେଉଁଠାରେ ସର୍ବୋତ୍ତମ ବିଦ୍ୟା ଦିଆଯାଉଛି ସେହି ବିଦ୍ୟାଳୟରେ ପଠନରତ ଛାତ୍ରଛାତ୍ରୀଙ୍କୁ ବହୁତ ଭାଗ୍ୟବାନ ବୋଲି ନିଜର ବକ୍ତବ୍ୟ ମାଧ୍ୟମରେ ପ୍ରତ୍ସାହିତ କରିଥିଲେ । ତତ୍ ସଙ୍ଗେ ସଙ୍କଳ୍ପ ବିଦ୍ୟାଳୟ ଓଡ଼ିଶାର ଘରେଇ ବିଦ୍ୟାଳୟ ମାନଙ୍କ ମଧ୍ୟରୁ ସର୍ଵୋଶ୍ରେଷ୍ଠ ବିଦ୍ୟାଳୟ ବୋଲି ପ୍ରଶଂସା କରିଥିଲେ।ସମ୍ମାନନୀୟ ଅତିଥି ତାଙ୍କ ଅଭିଭାଷଣରେ ବିଦ୍ୟାଳୟର ପରିଚାଳନା କମିଟିଙ୍କୁ ଏଭଳି ଏକ ଶିକ୍ଷଣୀୟ ପରିବେଶ ଯୋଗାଇଥିବାରୁ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ବିଦ୍ୟାଳୟର ଚେୟାରମେନ ଶ୍ରୀଯୁକ୍ତ ଇ. ଟି ରାଓ ଉଲ୍ଲେଖ କରିଥିଲେ ଯେ,ପଡୋଶୀ ବିଦ୍ୟାଳୟ ମାନଙ୍କରେ ବିଦ୍ୟା ଅଧ୍ୟୟନ କରୁଥିବା ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଅଟଲ୍ ଟ୍ରିଙ୍କ ଲିଙ୍ଗ ଲେଵ୍ ତାଲିମ ଦେବାର ଯୋଜନା କରିଛନ୍ତି ।ସେ କହିଥିଲେ ଯେ,ସଙ୍କଳ୍ପ ବିଦ୍ୟାଳୟର ପରିବେଶକୁ ସର୍ବଦା ସବୁଜ ବିଦ୍ୟାଳୟ ଭାବେ ଉପସ୍ଥାପନା କରିବାରେ ଏକ ପାଦ ଆଗରେ ଅଛନ୍ତି । ଏଠାରେ ଜୈଵ ଖତ,ଜିଆଖତ ପ୍ରସ୍ତୁତ କରାଯାଉଛି । ଏହା ଏକ ପ୍ଳାଷ୍ଟିକ୍ ବ୍ୟବହାର ଵର୍ଜନ ଓ ପୋଲିଥିନ ମୁକ୍ତ ବିଦ୍ୟାଳୟ ଅଟେ।ସଙ୍କଳ୍ପ ବିଦ୍ୟାଳୟ ରେ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଦୀପ୍ତ କିଶୋର ପାଣିଗ୍ରାହୀ ନିଜ ଅଭିଭାଷଣରେ ଵ୍ୟକ୍ତ କରିଥିଲେ ଯେ, ଦକ୍ଷିଣ ଓଡ଼ିଶାରେ ସଙ୍କଳ୍ପ ବିଦ୍ୟାଳୟ ହେଉଛି ପ୍ରଥମ ବିଦ୍ୟାଳୟ ଯେଉଁଠି ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ସଂଗ୍ରହ କରାଯାଉଛି । ବିଦ୍ୟାଳୟର ଛାତ ଉପରେ ଏକ ସୌର ପାୱାର ସମ୍ପନ୍ନ ଏକ ପ୍ଳାଣ୍ଟ୍ ସ୍ଥାପନ କରାଯାଇଛି ଯାହା ପ୍ରତିଦିନ ୩୦୦ ୟୁନିଟ୍ ଏକକର ବିଦ୍ୟୁତ ଶକ୍ତି ସଞ୍ଚୟ କରିପାରୁଛି ।ଗତ ତିନି ମାସ ଧରି ଏହା ସ୍ଥାପନ କରାଯାଇ ୨୫୩୩୦ କେ.ଡବ୍ଲ୍ୟୁ.ହେଚ ୟୁନିଟ୍ ର ବିଦ୍ୟୁତି ସଞ୍ଚୟ କରାଯାଇପାରିଛି । ଯାହା ଦ୍ଵାରା ୧୧୨୪୫୦ କିଲୋଗ୍ରାମର କୋଇଲା,୨୫୦୦୦ କିଲୋଗ୍ରାମ ଅଙ୍ଗାରକାମ୍ଳ ଗ୍ୟାସ୍ ଖର୍ଚ୍ଚକୁ ବଞ୍ଚେଇ ପାରିଛି । ଏହା ୧୩୭ ଗୋଟିଏ ଗଛ ଲଗାଇବା ସହ ସମାନ ଅଟେ ।ନିତି (ଏନ.ଆଇ.ଟି.ଆଇ) ଅଧିନରେ ଅଟଲ୍ ଟ୍ରିଙ୍କ ଲିଙ୍ଗ ଲେଵ୍ ଭାରତ ସରକାରଙ୍କ ତତ୍ତ୍ଵଵଧାନରେ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ଦାନ କରାଯାଉଛି ।ରୋଵଟିକ୍ସ୍,ଆର୍ଟିଫିସିୟଲ୍ ଟେକ୍ନୋଲୋଜି, ଆଇ.ଓ.ଟି ଏବଂ ଥ୍ରୀଡି ପ୍ରଣ୍ଟିଙ୍ଗ ଇତ୍ୟାଦି ପ୍ରମୁଖ କାର୍ଯ୍ୟ କୌଶଳ ଷଷ୍ଠ ଶ୍ରେଣୀ ଠାରୁ +୨ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷା ଦାନ କରିବାର ବ୍ୟବସ୍ଥା ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: