ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୩୧।୧ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାରଦିନ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତ ଓ ନୂଆ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୩-୨୪ରେ ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ । ଏହା ସହିତ ବିଶ୍ବର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିର ମାନ୍ୟତା ବଜାୟ ରଖିବ| ମଙ୍ଗଳବାର ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ୨୦୨୨-୨୩ ରେ ଏହି ପରିସଂଖ୍ୟାନ ପ୍ରକାଶ ପାଇଛି। ଏଥିରେ ଅଭିବୃଦ୍ଧି ହାର କମ ବୋଲି ଅନୁମାନ କରାଯାଉଛି, କିନ୍ତୁ ଏହା ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ସହିତ ପ୍ରମୁଖ ଦେଶମାନଙ୍କ ମଧ୍ୟରେ ରହିବ। ସଂସଦରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ ପରେ ସରକାରଙ୍କ ପ୍ରମୁଖ ଅର୍ଥନୈତିକ ଉପଦେଷ୍ଟା ଭି.ଅନନ୍ତ ନାଗେଶ୍ବରନ୍ ଏକ ସାମ୍ବାଦିକ ସମ୍ମିଳନୀରେ ଦେଶର ଅର୍ଥନୈତିକ ସ୍ଥିତି ସଂପର୍କରେ ଆଲୋକପାତ କରିଛନ୍ତି ।ସେ କହିଛନ୍ତି ଯେ ଭାରତୀୟ ଅର୍ଥନୀତିର ସୁଧାର ଜାରି ରହିଛି ଓ ଏହା କୋଭିଡ୍ ମହାମାରୀ ଓ ୟୁକ୍ରେନ ଯୁଦ୍ଧର ପ୍ରଭାବରୁ ମୁକ୍ତ ହୋଇ ପ୍ରାକ୍ ମହାମାରୀ ସ୍ତରରେ ପହଞ୍ଚିବାକୁ ଆରମ୍ଭ କରିଛି । ମୁଦ୍ରାସ୍ପୀତି ହାର ଗତ ନଭେମ୍ବର ବେଳକୁ ରିଜର୍ଭ ବ୍ୟାଙ୍କର ଲକ୍ଷ୍ୟ ମଧ୍ୟରେ ରହିଛି ।ଏହି ରିପୋର୍ଟରେ କୁହାଯାଇଛି ଯେ “ଭାରତୀୟ ଅର୍ଥନୀତି ଯାହା ହରାଇଥିଲା ତାହା ପାଇଯାଇଛି, ଯାହା ଅଟକି ଯାଇଥିଲା ତାହା ଚାଲିବା ଆରମ୍ଭ କରିଛି ଓ ଯାହା ଧୀମା ହୋଇଯାଇଥିଲା ତାହା ପୁଣି ଥରେ ନିଜର ପୂର୍ବ ବେଗ ହାସଲ କରିପାରିଛି ।“ସେହିପରି ଜିଡିପି ଅଭିବୃଦ୍ଧି ଏହି ଆର୍ଥିକ ବର୍ଷରେ ୬.୫ ପ୍ରତିଶତ ରହିବାର ଅନୁମାନ କରାଯାଉଛି । ଏହା ଗତ ୩ ବର୍ଷ ମଧ୍ୟରେ ସବୁଠାରୁ ମନ୍ଥର ଅଭିବୃଦ୍ଧି ହେବ । ଦେଶର ଅର୍ଥବ୍ୟବସ୍ଥା ଯାହା ସବୁ କ୍ଷତି ସହିଥିଲା ତାହା ପୂରଣ ହୋଇସାରିଛି । କୋଭିଡ୍ ମହାମାରୀ ସମୟରେ ଯେଉଁସବୁ କାର୍ଯ୍ୟ ଧିମେଇ ଯାଇଥିଲା, ତାହା ପୁଣି ଥରେ ସକ୍ରିୟ ହୋଇଯାଇଥିବା ସର୍ଭେ ରିପୋର୍ଟରେ କୁହାଯାଇଛି ।ଏପ୍ରିଲ-ନଭେମ୍ବର ସୁଦ୍ଧା ଦେଶର ପ୍ରତ୍ୟକ୍ଷ ଟିକସ ଆଦାୟ ଉଲ୍ଲେଖନୀୟ ରହିଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ବ୍ୟୟ ( ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର) ଜିଡିପିର ୨.୨ ପ୍ରତିଶତକୁ ବୃଦ୍ଧି ପାଇଛି । ଏପ୍ରିଲ-ଡିସେମ୍ବର ମଧ୍ୟରେ ଭାରତର ପଣ୍ୟଦ୍ରବ୍ୟ ରପ୍ତାନି ୩୩୨.୮ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ୟୁପିଆଇ କାରାବାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି । ମୂଲ୍ୟ ଅନୁସାରେ ୨୦୧୯ ରୁ ୨୦୨୨ ମଧ୍ୟରେ ଏହା ୧୨୧ ପ୍ରତିଶତ ବୃଦ୍ଧି ପାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: