ସଂସଦରେ ମୋତେ ମୋଦି କହିଥିଲେ ‘ସୁର୍ପଣଖା’,ମୁଁ କରିବି ମାନହାନି ମୋକଦ୍ଦମା

ନୂଆଦିଲ୍ଲୀ,୨୪ ।୩: ମୋଦି ସରନେମକୁ ନେଇ ଆପତ୍ତିଜନକ ଟିପ୍ପଣି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କୋର୍ଟ ୨ ବର୍ଷର ସଜା ଶୁଣାଇବା ପରେ b ସମସ୍ତ ବିରୋଧି ଦଳ ଏହାକୁ ବିରୋଧ କରିଛନ୍ତି । ଏସବୁ ଭିତରେ ୨୦୧୮ରେ ପାର୍ଲାମେଣ୍ଟ୍‌ରେ ଦେଇଥିବା ‘ସୁର୍ପଣଖା’ ମନ୍ତବ୍ୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ମାନହାନି ମାମଲା ଦାଏର କରିବେ ବୋଲି ଗୁରୁବାର ଦିନ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ କହିଛନ୍ତି। କଂଗ୍ରେସ ନେତା ରେଣୁକା ଚୌଧୁରି ଗୁରୁବାର ଏକ ଟୁଇଟ କରି କହିଛନ୍ତି, କଥିତ ‘ସୁର୍ପଣଖା’ କମେଣ୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମୁଁ ବି ମାନହାନି ମୋକଦ୍ଦମା କରିବି ।ନରେନ୍ଦ୍ର ମୋଦୀ ‘ସୁର୍ପଣଖା’ କଥା କହୁଥିବା ସଂସଦୀୟ ଅଧିବେଶନର ଗୋଟାଏ ପୁରୁଣା ଭିଡିଓ କ୍ଲିପ୍‌ ଟୁଇଟ୍‌ କରି ରେଣୁକା ଲେଖିଛନ୍ତି: ଦେଖିବା, ଅଦାଲତ ଏବେ କେତେ ତତ୍ପରତା ପ୍ରକାଶ କରୁଛି…। ଯେଉଁଥିରେ ପ୍ରଧାନମନ୍ତ୍ରୀ ରାଜ୍ୟ ସଭାର ଅଧ୍ୟକ୍ଷଙ୍କୁ ରେଣୁକା ଚୌଧୁରିଙ୍କ ହସକୁ ନେଇ କମେଣ୍ଟ କରିଛନ୍ତି । ସେ କହିଥିଲେ ରାମାୟଣ ସିରିଏଲ ପରେ ଆଜି ଏମିତି ହସ ଣୁଣିବାକୁ ମିଳିଛି ।ଧାରାବାହିକ ‘ରାମାୟଣ’ ପ୍ରସାରଣ କରାଯିବାର ବହୁବର୍ଷ ଅତିକ୍ରାନ୍ତ ହେବା ପରେ ଏ ପ୍ରକାରର ହସ ଶୁଣିବାକୁ ମିଳିଲା କହି ରେଣୁକା ଚୌଧୁରୀଙ୍କୁ କହିବାକୁ ଅନୁମତି ଦିଆଯାଉ ବୋଲି ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ରାଜ୍ୟସଭା ଅଧ୍ୟକ୍ଷଙ୍କୁ କହୁଛନ୍ତି। କଂଗ୍ରେସ ନେତା ରେଣୁକା ପିଏମ ମୋଦିଙ୍କୁ ସ୍ତର ହୀନ ଓ ଖରାପ ଚିନ୍ତାଧାରା ବ୍ୟକ୍ତି ବୋଲି ଲେଖିଛନ୍ତି, ସେ (ମୋଦି) ମୋତେ ପାର୍ଲାମେଣ୍ଟରେ ସୁର୍ପଣଖା କହିଥିଲେ । ମୁଁ ତାଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିବି । ଦେଖିବା କୋର୍ଟ ଏବେ କେତେ ଶୀଘ୍ର କାମ କରିବେ । ରେଣୁକା ଚୌଧୁରିଙ୍କ ଏହି ବୟନ ରାହୁଲ ଗାନ୍ଧୀଙ୍କୁ ୨୦୧୯ରେ ଏକ ମାନହାନି ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ଆସିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!