ସଂସଦରେ ଲଗାତାର ତୃତୀୟ ଦିନ ପାଇଁ ଗୃହ ଅଚଳାବସ୍ଥା

ନୂଆଦିଲ୍ଲୀ,୧୫।୩: ସଂସଦରେ କ୍ରମାଗତ ତୃତୀୟ ଦିନ ଧରି ଅଚଳାବସ୍ଥା ଜାରି ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନର କେମ୍ବ୍ରିଜ୍‌ ୟୁନିଭର୍ସିଟିରେ ଭାରତୀୟ ଗଣତନ୍ତ୍ର ଉପରେ ଦେଇଥିବା ମନ୍ତବ୍ୟ, ଆଦାନୀ-ହିଣ୍ଡେନ୍‌ବର୍ଗ ବିବାଦ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗ ନେଇ ବିରୋଧୀଙ୍କ ଅଭିଯୋଗ ମଧ୍ୟରେ ଚାଲିପାରୁନି ଗୃହ। ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ତୃତୀୟ ଦିନରେ ମଧ୍ୟ ସରକାର ଅର୍ଥ ବିଲ୍‌କୁ ଗୃହୀତ କରାଇପାରି ନାହାନ୍ତି। ରାହୁଲ କ୍ଷମା ମାଗନ୍ତୁ ବୋଲି ଶାସକ ଭାଜପା ଦାବି କରିଥିବାବେଳେ ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବିରେ ବିରୋଧୀ ହଟ୍ଟଗୋଳ କରିଛନ୍ତି। ଫଳରେ ଅଚଳାବସ୍ଥା ଭିତରେ ଲୋକ ସଭା ଓ ରାଜ୍ୟ ସଭାକୁ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।ଲଣ୍ଡନରେ ଭାରତର ଗଣତନ୍ତ୍ର ସମ୍ପର୍କରେ ରାହୁଲ ଗାନ୍ଧୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ସେ କ୍ଷମା ମାଗିବେ ନାହିଁ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି। ଖଡଗେ କହିଛନ୍ତି ଯେ ରାହୁଲଙ୍କ ଠାରୁ ଯେଉଁମାନେ କ୍ଷମା ପ୍ରାର୍ଥନା ଦାବି କରୁଛନ୍ତି ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ଉପରେ ଜବାବ ଦେବା ଦରକାର। କାରଣ ନରେନ୍ଦ୍ର ମୋଦୀ ବିଦେଶ ମାଟିରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଦେଶକୁ ଅପମାନିତ କରିଛନ୍ତି। ତେଣୁ ରାହୁଲଙ୍କ ଠାରୁ ଯେଉଁମାନେ କ୍ଷମା ପ୍ରାର୍ଥନା ଦାବି କରୁଛନ୍ତି ସେମାନେ ମୋଦୀଙ୍କ ଭାରତ ବିରୋଧୀ ମନ୍ତବ୍ୟ ବେଳେ କ’ଣ କରୁଥିଲେ ତାର ଉତ୍ତର ଦେବା ଦରକାର।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: