ସଂସଦର ନୂଆ ବିଲଡିଂରେ ରହିବ ଇତିହାସର ପ୍ରତୀକ ‘ରାଜଦଣ୍ଡ

ନୂଆଦିଲ୍ଲୀ,୨୪।୫: ଆସନ୍ତା ରବିବାର ଦିନ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବା ଅବସର‌ରେ ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ପ୍ରଧାନମନ୍ତ୍ରୀ ମୋଦୀ ‘ସେଙ୍ଗୋଲ୍‌’ (ଅଳଙ୍କୃତ ରାଜ-ଦଣ୍ଡ) ସ୍ଥାପନା କରିବେ ବୋଲି ଆଜି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ ତାରିଖରେ ଆଧୁନିକ ଓ ଭବ୍ୟ ଶୈଳୀରେ ନିର୍ମାଣ ହୋଇଥିବା ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବେ। ବିରୋଧୀ ଏହି କାର୍ଯ୍ୟକ୍ରମକୁ ବୟକଟ କରିବାକୁ ଘୋଷଣା କରିଥିଲେ ହେଁ ସରକାରୀ ସ୍ତରରେ ଉଦଘାଟନୀ ଉତ୍ସବ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ସଂସଦର ନୂଆ ବିଲଡିଂରେ ଇତିହାସର ପ୍ରତୀକ ରାଜଦଣ୍ଡ ସେଙ୍ଗୋଲକୁ ସ୍ଥାପିତ କରାଯିବ। ଏହା ବାଚସ୍ପତିଙ୍କ ଚୌକି ପାଖରେ ରହିବ। ବ୍ରିଟିଶରଙ୍କ ଠାରୁ କ୍ଷମତା ଆଣିବା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏହି ରାଜଦଣ୍ଡକୁ ବ୍ୟବହାର କରିଥିଲେ। ଇତିହାସ ପୃଷ୍ଠାକୁ ସ୍ମରଣୀୟ କରି ରଖିବା ପାଇଁ ସଂସଦର ନୂଆ ବିଲ୍‌ଡିଂରେ ରାଜଦଣ୍ଡକୁ ସ୍ଥାପିତ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସଂସଦର ନୂଆ ବିଲଡିଂ କାମରେ ନିୟୋଜିତ ହୋଇଥିବା ୬୦ ହଜାର ଶ୍ରମିକଙ୍କୁ ୨୮ ତାରିଖ ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ସମ୍ମାନୀତ କରିବେ। ଏହି ଅବସରରେ ଐତିହାସିକ ମୁହୂର୍ତ୍ତଗୁଡ଼ିକୁ ପୁଣି ତାଜା କରାଯିବ। ଐତିହାସିକ ପ୍ରତୀକ ସେଙ୍ଗୋଲକୁ ସଂସଦର ନୂଆ ବିଲଡିଂରେ ସ୍ଥାପିତ କରାଯିବ। ଏହାକୁ ୧୯୪୭ ମସିହା ଅଗଷ୍ଟ ୧୪ରେ ବ୍ୟବହାର କରାଯାଇଥିଲା। ବ୍ରିଟିଶରମାନେ କ୍ଷମତା ହସ୍ତାନ୍ତର କରିବା ବେଳେ ଏହାର ପ୍ରତୀକ ଭାବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ଏହାର ବ୍ୟବହାର କରିଥିଲେ ବୋଲି ଶାହ କହିଛନ୍ତି। ଶାହ କହିଛନ୍ତି, ତାମିଲରେ ଏହାକୁ ସେଙ୍ଗୋଲ ବୋଲି କୁହାଯାଏ। ଏହାର ଅର୍ଥ ହେଲା ସମ୍ପଦପୂର୍ଣ୍ଣ। ସେଙ୍ଗୋଲ ହେଉଛି ଐତିହାସିକ ପରମ୍ପରାର ପ୍ରତୀକ। ସ୍ୱାଧୀନର ଅମୃତ ମହୋତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ନୂଆ ସଂସଦ ଉର୍ତ୍ସଗ କରିବେ। ଏହାର ତାଙ୍କ ଦୂରଦର୍ଶୀକୁ ପ୍ରଦର୍ଶିତ କରୁଛି। ଆମ ସଂସ୍କୃତି, ପରାମ୍ପରା ଓ ସଭ୍ୟତାକୁ ଆଧୁନିକତା ସହ ମିଶାଇବା ପାଇଁ ଏହା ଏକ ସୁନ୍ଦର ଉଦ୍ୟମ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!