ଭୁବନେଶ୍ୱର,୧।୩: ସଂସ୍ଥାପନ ସମୟରେ ଛିଡ଼ିଲା ବିଜୁ ବାବୁଙ୍କ ଡାକୋଟା ବିମାନ। ଗତ ଜାନୁଆରୀ ୧୭ତାରିଖରେ କୋଲକାତାରୁ ବାହାରି ୧୮ତାରିଖ ଦିନ ଡାକୋଟା ବିମାନ ଓଡ଼ିଶାରେ ପହଞ୍ଚିଥିଲା। କୋଲକାତାର ଦମଦମ୍ ବିମାନ ବନ୍ଦରରୁ ୩ଟି ଟ୍ରଲରରେ ବୋଝେଇ ହୋଇ ଭୁବନେଶ୍ୱରକୁ ଅଣାଯାଇଥିଲା ଡାକୋଟା ବିମାନ। ଭୁବନେଶ୍ୱର ବିମାନ ବନ୍ଦର ଆଗରେ ଡାକୋଟାର ବେଲି ପାର୍ଟ ବା ମୁଖ୍ୟ ଯନ୍ତ୍ରାଂଶ, ଦୁଇଟି ଚକ ସହ ଡାକୋଟାର ଏହି ଅଂଶକୁ ପ୍ରଥମ ପର୍ଯ୍ୟାୟରେ ଅବସ୍ଥାପତି କରାଯାଇଛି।ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଘଟିଛି ବଡ଼ ଅଘଟଣ। ଆଜି ବିଜୁ ବାବୁଙ୍କ ଡାକୋଟା ବିମାନ ସଂସ୍ଥାପନ ସମୟରେ କ୍ରେନ ଛିଡ଼ିପଡ଼ିଥିଲା। ଯେଉଁଥିପାଇଁ ଏହି ବଡ ଅଘଟଣ ଘଟିଯାଇଛି, ଏଥିରେ ୨ ଜଣ କର୍ମଚାରୀ ଆହତ ସୂଚନା ମିଳିଛି। ଏହି ଘଟଣା ବିଷୟରେ ସେଠାରେ ନିୟୋଜିତ ଶ୍ରମିକ ସୂଚନା ଦେଇଛନ୍ତି। ତେବେ ଏହି ଦୁର୍ଘଟଣାରେ ଏଭଳି କିଛି ଘଟିନଥିବା ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି।ଅନେକ ଦିନର ଦାବି ଏବଂ ଚେଷ୍ଟା ପରେ ବିଜୁ ବାବୁଙ୍କ ଡାକୋଟା ଓଡ଼ିଶା ଆସିଥିଲା। ଜାନୁଆରୀ ୧୮ ତାରିଖରେ କୋଲକାତାରୁ ଭୁବନେଶ୍ୱର ଆସିଥିବା ଡାକୋଟା ବିମାନକୁ ଭୁବନେଶ୍ୱର ବିମାନ ବନ୍ଦର ସମ୍ମୁଖରେ ରଖାଯାଇଛି। ତେବେ ଦୀର୍ଘ ଦିନ ଧରି ପଡିରହିବା ଯୋଗୁଁ ଡାକୋଟା ବିମାନର ଅନେକ ଅଂଶ ନଷ୍ଟ ହୋଇଯାଇଛି। ଏବେ ଏହାର ମରାମତି ଓ ରଙ୍ଗ ଦିଆ କାମ ଚାଲିଛି। ମାର୍ଚ୍ଚ ୫ତାରିଖ ସୁଦ୍ଧା ଡାକୋଟା ବିମାନକୁ ସର୍ବସାଧାରଣ ପ୍ରଦର୍ଶନ ପାଇଁ ରଖାଯିବ|
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |