ସକାଳୁଆ ସ୍କୁଲ୍ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର ,୦୧/୦୫: ରାଜ୍ୟରେ   ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରାଜ୍ୟ ସରକାର ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ ଆଣିଛନ୍ତି । ସକାଳୁଆ ସ୍କୁଲ୍ ସମୟରେ   ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆସନ୍ତା ୨ ତାରିଖଠାରୁ ତୃତୀୟରୁ ଦଶମ ଓ ଦ୍ୱାଦଶ ଶ୍ରେଣୀଗୁଡ଼ିକ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଚାଲୁ ରହିବ । ତେବେ ଚାଲୁ ରହିଥିବା ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚାଲୁ ରହିବ ବୋଲି ସେ କହିଛନ୍ତି । କିନ୍ତୁ ବୋର୍ଡ ଓ କାଉନସିଲ୍ ପକ୍ଷରୁ ଜାରି ରହିଥିବା ପରୀକ୍ଷା ସୂଚୀ ଅପରିବର୍ତ୍ତିତ ରହିଛି ।   ଏହା ସହିତ କେମିତି ପାଠପଢ଼ା ହେବ, ତାର ଗାଇଡଲାଇନ୍ ଜାରି କରାଯାଇଛି । ପୂର୍ବ ପାଠ ଗୁଡ଼ିକର ରିଭିଜନକୁ ଏଥିରେ ଦିଆଯାଇଛି ଗୁରୁତ୍ୱ । ଫାଉଣ୍ଡେସନାଲ ଲିଟେରାସି ଆଣ୍ଡ ନ୍ୟୁମେରାସି ଦ୍ୱାରା ପ୍ରସ୍ତୁତ ବହି ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାଙ୍କୁ ପଢ଼ାଯିବ । ସେହିପରି ଚତୁର୍ଥ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ପଢ଼ାଯିବ ଲର୍ଣ୍ଣିଂ ଏନହାନସେମଣ୍ଟ ପ୍ରୋଗ୍ରାମ ଦ୍ୱାରା ପ୍ରସ୍ତୁତ ବହି । ନିର୍ଦ୍ଦିଷ୍ଟ ଦିନରେ ନିର୍ଦ୍ଦିଷ୍ଟ ବିଷୟର ନିର୍ଦ୍ଦିଷ୍ଟ ପାଠ ପଢ଼ାଯିବ । ତୃତୀୟରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ପାଇଁ ସ୍ୱତନ୍ତ୍ର ଭାବେ ଆକ୍ଟିଭିଟି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି । ଏହାକୁ ଅନୁସରଣ କରି ପାଠ ପଢ଼ାଯିବ । ସବୁ ସ୍କୁଲକୁ ଏହା ଦିଆଯାଇଛି । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ପ୍ରତିଦିନ ୩ଟି ପିରିୟଡ ପଢ଼ାଯିବ । ଗୋଟିଏ ପିରିୟଡର ସମୟ ହେଲା ୫୦ ମିନିଟ । ସେହିପରି ଷଷ୍ଠରୁ ଅଷ୍ଟମର ପିଲାଙ୍କ ପାଇଁ ହେବ ୪ଟି ପିରିୟଡ । ପ୍ରତ୍ୟେକ ପିରିୟଡର ସମୟ ରହିବ ୪୫ ମିନିଟ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: