ସକାଳୁଆ ସ୍କୁଲ ନିୟମରେ ପରିବର୍ତ୍ତନ

ଭୁବନେଶ୍ୱର, ୩୧/୦୩: ରାଜ୍ୟରେ ଏପ୍ରିଲ ୨ରୁ ହେବାକୁ ଥିବା ସକାଳୁଆ ସ୍କୁଲ ନିୟମରେ   ପରିବର୍ତ୍ତନ ଆସିଛି।  ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି  ଏପରି ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ବିଭାଗ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ସମୟ ସକାଳ ୬.୩୦ରୁ ୧୦.୩୦ କୁ ପରିବର୍ତ୍ତନ କରାଯାଇଛି । ସେହିପରି ନବମରୁ ଦ୍ୱାଦଶ ପିଲାଙ୍କ ସ୍କୁଲ ସମୟ ୭ଟାରୁ ୧୧.୩୦ ପର୍ଯ୍ୟନ୍ତ ଚାଲୁ ରହିବ । ଉଭୟ କ୍ଲାସ ପାଇଁ ସମୟସୀମାରେ ୩୦ ମିନିଟ ଲେଖାଏଁ ବୃଦ୍ଧି କରାଯାଇଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: