ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଦେବଗଡ଼ ଜିଲ୍ଲା ବନ୍ଦ

ଦେବଗଡ଼ ୦୨/୦୫: ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ ଡକାର। ତିଳେଇବଣି ବିଡିଓଙ୍କୁ ମାଡ ମାରିବା ଅଭିଯୋଗରେ ଦେବଗଡ ବିଧାୟକଙ୍କ ସୁବାସ ପ୍ରାଣିଗ୍ରାହୀଙ୍କୁ ଦେବଗଡ ଆଦର୍ଶ ପୋଲିସ ଗିରଫ ଘଟଣାର ପ୍ରତିବାଦରେ ବନ୍ଦ ଡାକରା ଦେଇଛି ବିଜେପି। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚକଅଖ ବନ୍ଦ ରହିବା।ଏଥିପାଇଁ ସକାଳୁ ବିଭିନ୍ନ ଛକ ପିକେଟିଂ ଆରମ୍ଭ କରିଛନ୍ତି ବିଜେପିକର୍ମୀ । କେବଳ ଜରୁରୀ ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ ରହିଛି।  ସେପଟେ କାଲି ବିଧାୟକଙ୍କ ଜାମିନ ନାମଞ୍ଜୁର ପରେ ୭ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ଦେବଗଡ଼ ସିଜେଏମ୍ କୋର୍ଟ । ଆସନ୍ତା ୭ ତାରିଖରେ ଜାମିନ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ । ଗତକାଲି ତାଙ୍କୁ ଭୁବନେଶ୍ୱରରୁ ଗିରଫ କରି ଦେବଗଡ଼ ନେବା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । କିଛି ସମୟ ପାଇଁ ତାଙ୍କୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।ବର୍ତ୍ତମାନ ବିଧାୟକଙ୍କ ଚିକିତ୍ସା ଜାରି ରହିଛି। ତେବେ ଏହି ଘଟଣାକୁ ବିଜେପି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଫଳରେ ଦେବଗଡ଼ ଜିଲ୍ଲାକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି। ତିଲେଇବଣୀ ବିଡିଓଙ୍କ ଗିରଫ କରିବାକୁ ଦାବିରେ ସକାଳ ୬ଟାରୁ ଦେବଗଡ଼ ଜିଲ୍ଲାର ବିଭିନ୍ନ ଛକରେ ବିଜେପି ପକ୍ଷରୁ ଆନ୍ଦୋଳନ କରିବା ପିକେଟିଂ କରୁଛନ୍ତି କର୍ମୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: