ଗଞ୍ଜାମ,୨୧/୯(ମନୋଜ ପାତ୍ର):କରୋନା ମହାମାରୀରେ ପ୍ରବାସୀ ଓଡ଼ିଆଙ୍କୁ ରଖିବା ପାଇଁ ରାଜ୍ୟ ସରକାର କୁକୁଡ଼ାଖଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ଖୋଲିଥିଲେ l ସେଠାରେ ସେମାନଙ୍କର ୧୪ଦିନ କାଳ ରହିବା ସହ ଖାଇବା ବ୍ୟବସ୍ଥା ସହ ସମସ୍ତ ଖର୍ଚ ବହନ କରିବାକୁ ନିୟାମବଳି ରହିଥିଲା ।ଏବଂ ସେମାନେ ସଂଗରୋଧ କେନ୍ଦ୍ରରୁ ବିଦାୟ ନେବା ସମୟରେ ପ୍ରତି ପ୍ରବାସୀଙ୍କୁ ୨ହଜାର ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣାନାମା କରିଥିଲେ । କିନ୍ତୁ ୩ମାସ କାଳ ବିତିଯାଇଥିଲେ ମଧ୍ୟ ଏଯାବତ ଉକ୍ତ ପ୍ରବାସୀ ଓଡ଼ିଆଙ୍କୁ କୌଣସି ଟଙ୍କା ନମିଳିବାରୁ ସ୍ଥାନୀୟ ବିଜେପି ନେତା ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ମହନ୍ତ ଚିନ୍ମୟାନନ୍ଦ ଦାସଙ୍କ ନେତୃତ୍ୱରେ କୁକୁଡାଖଣ୍ଡି ବ୍ଲକର ବୋରିଗାଁ, କୁକୁଡ଼ାଖଣ୍ଡି ଓ ନଳିହାଡ଼ ଗ୍ରାମବାସୀ ଓ ସ୍ଥାନୀୟ ବିଜେପିକର୍ମୀ ଏକତ୍ରିତ ହୋଇ ସୋମବାର ଦିନ କୁକୁଡାଖଣ୍ଡି ବିଡ଼ିଓ ଗଦାଧର ପାତ୍ରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିବା ସହ ତୁରନ୍ତ ପ୍ରବାସୀ ଓଡ଼ିଆଙ୍କୁ ୨ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିବେଦନ କରିଥିଲେ ।ଏହି ଅବସରରେ ଏ. ନନ୍ଦ କିଶୋର,ଡି. ଆକାଶ,ମନୋଜ ସ୍ୱାଇଁ, ପନାଡ଼ ମହେଶ,ନିରଞ୍ଜନ ସ୍ୱାଇଁ,ଏ. ବାବୁଲା ପାତ୍ର,ପନାଡ଼ ଲୋକନାଥ,ଉତ୍ତମଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |