ମୁମ୍ବାଇ: ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସକଙ୍କ ଭେଟି । ୫୦ ତମ ଜନ୍ମଦିନ ଅବସରରେ ନିଆରା ଉପହାର । ପ୍ରଶଂସକ ଆଙ୍କିଲେ କିମ୍ବଦନ୍ତୀ କ୍ରିକେଟର୍ଙ୍କ ୫୦ ଫୁଟର ଚିତ୍ର । ବିରାଟକାୟ ଇକୋ ଫ୍ରେଣ୍ଡଲି ପେପର୍ ପୋଟ୍ରେଟ୍ । ଚିତ୍ରଟିର ବ୍ୟାକ୍ ଗ୍ରାଉଣ୍ଡରେ ଭାରତୀୟ ତ୍ରି-ରଙ୍ଗା ରହିଥିବା ବେଳେ ସଚିନଙ୍କ ଚେହେରା କେନ୍ଦ୍ରରେ ଥିଲା | ପୋଟ୍ରେଟ୍ ଉପରେ ତେନ୍ଦୁଲକରଙ୍କର ସମସ୍ତ ଜାତୀୟ ମାନ୍ୟତା ଏବଂ ସମ୍ମାନ ଉଲ୍ଲେଖ ଥିବାବେଳେ ତଳେ ଥିବା ସବୁଜ ରଙ୍ଗର ବିଟ୍ ‘ଶୁଭ 50 ତମ ଜନ୍ମଦିନ ସଚିନ୍’ ଛପା ଯାଇଥିଲା | ଯାହାର ଚଉଡ଼ା ୨୪ ଫୁଟ୍ ଓ ଉଚ୍ଚତା୫୦ ଫୁଟ୍ ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |