ନୂଆଦିଲ୍ଲୀ,୨୪/୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ରବିବାର ୪୯ ବର୍ଷ ବୟସରେ ପାଦ ଥାପିଛନ୍ତି। କ୍ରୀଡ଼ା ଓ ସିନେମା ଜଗତର ଅନେକ ପ୍ରସିଦ୍ଧ ବ୍ୟକ୍ତତ୍ବ ସାମାଜିକ ଗଣମାଧ୍ୟମ ଜରିଆରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବର୍ତ୍ତମାନ ଓ ପୂର୍ବତନ କ୍ରିକେଟରଙ୍କ ସମେତ ଭିନ୍ନ ଭିନ୍ନ ଖେଳର ଲୋକପ୍ରିୟ ଚେହେରା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସଚିନଙ୍କୁ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ବିବେଚନା କରାଯାଏ। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାମରେ ଏଭଳି ରେକର୍ଡ଼ ରହିଛି, ଯାହାକୁ ଭାଙ୍ଗିବା କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ ହେଉଛନ୍ତି ସଚିନ। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ, ସର୍ବାଧିକ ଟେଷ୍ଟ ରନ୍ ଓ ସର୍ବାଧିକ ୫୦ରୁ ଊର୍ଦ୍ଧ୍ବ ସ୍କୋର କରି ସେ ଅନେକ ରେକର୍ଡ଼ ସୃଷ୍ଟି କରିଛନ୍ତି। ସୁବ୍ରମଣ୍ୟମ ବଦ୍ରୀନାଥଙ୍କଠାରୁ ଆରମ୍ଭ କରି ପ୍ରଜ୍ଞାନ ଓଝା ଏବଂ ସଲିଲ ଅଙ୍କୋଲା ପ୍ରମୁଖ ସାମାଜିକ ଗଣମାଧ୍ୟମରେ ସଚିନଙ୍କୁ ଶୁଭକାମନ ଜଣାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |