ରାୟଗଡା ୩୧।୮: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ବଡ଼ଦ୍ବାରସାହି କଲ୍ୟାଣୀ ନଦୀରେ ବ୍ରିଜ୍ କାମ ବେଳେ ସଟର ତଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ବଡ଼ଦ୍ବାରସାହି କଲ୍ୟାଣୀ ନଦୀରେ ବ୍ରିଜ୍ କାମ ଚାଲିଥିଲା । ବ୍ରିଜ୍ରେ ଲାଗିଥିବା ସଟର ଖୋଲିବା ବେଳେ ଶ୍ରମିକ ଜଣଙ୍କ ତା ତଳେ ଚାପି ହୋଇଯାଇଥିଲେ । ଫଳରେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣଙ୍କ ହେଉଛନ୍ତି କାସରି ମାଝି । ତାଙ୍କ ଘର କାଶୀପୁରରେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଲେଖାହେବା ଯାଏଁ ଶ୍ରମିକଙ୍କ ମୃତଦେହ ସଟର ତଳୁ ଉଦ୍ଧାର ହୋଇ ପାରିନଥିଲା । ତେବେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଛାନଭିନ୍ ଜାରି ରଖିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |