ସଟସର୍କିଟ ଯୋଗୁ ୧୦୮ ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡ଼ା,୬ା୯: କେନ୍ଦ୍ରାପଡା ସହରର କଜଳା ପେଟ୍ରୋଲ ପମ୍ପ ନିକଟରେ ସୋମବାର ପୂର୍ବାହ୍ନରେ ଏକ ୧୦୮ ଅମ୍ବୁଲାନ୍ସରେ ସଟସର୍କିଟ ଯୋଗୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଡ୍ରାଇଭର ସିଟ ସମେତ ଗାଡି ଇଞ୍ଜିନର କେତେକ ଯନ୍ତ୍ରାଂସ ପୋଡିଯାଇଥିବା ଦେଖିବାକୁ ମିଳିଛି । ସଂପୃକ୍ତ ଆମ୍ବୁଲାନ୍ସଟି କଟକରେ ରୋଗୀଙ୍କୁ ଛାଡି କେନ୍ଦ୍ରାପଡା ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି । ଏହି ଅଗ୍ନିକାଣ୍ଡରେ ଆମ୍ବୁଲାନ୍ସଟି ପୋଡିଯିବା ପୂର୍ବରୁ ଗାଡିଚାଳକ ଗାଡିରୁ ଓହ୍ଲାଇ ପଡି ନିଆଁକୁ ପାଣି ପକାଇ ନିୟନ୍ତ୍ରଣ କରିଥିଲେ । ଫଳରେ ଆମ୍ବୁଲାନ୍ସଟିର ବିଶେଷ କିଛି କ୍ଷତି ହେବା ପୂର୍ବରୁ ରକ୍ଷା ପାଇଯାଇଛି । ଗାଡି ବ୍ୟାଟେରୀରୁ ସଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସମ୍ପୃକ୍ତ ଆମ୍ବୁଲାନ୍ସର ଡ୍ରାଇଭରଙ୍କ ଠାରୁ ଜଣାପଡିଛିି । ଗାଡିଟି ଘଟଣା ସ୍ଥଳରେ ପଡିରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: