ଗଞ୍ଜାମ,୧୭/୯(ମନୋଜ ପାତ୍ର):ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସାରୁ ଛକରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ଖବର ମିଳିଛି ।ସୂଚନା ଅନୁଯାୟୀ ଜାଣିବାକୁ ମିଳିଛି ଯେ, ଗୁରୁବାର ସକାଳ ସମୟରେ ସାରୁ ଛକ ନିକଟରେ (ଓଡ଼ି ୦୭ ଏଡି ୩୪୯୩ )ନଂ ବିଶିଷ୍ଟ ଏକ ପଲସର ବାଇକକୁ (ଓଡ଼ି ୦୭ ୟୁ ୬୩୧୦ )ନଂ ବିଶିଷ୍ଟ ସ୍କୋଟି ସହ ମୁହାଁ ମୁହିଁ ଧକ୍କା ହୋଇଥିଲା ।ଫଳରେ ପଲସର ବାଇକ ଚାଳକ ମହେଶ୍ବର ଦାସର ଘଟଣା ସ୍ଥଳରେ ହିଁ ପ୍ରାଣବାୟୁ ଉଡିଯାଇଥିଲା ।କିନ୍ତୁ ସ୍କୋଟି ଚାଳକ ସହ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।ଏହି ଘଟଣା ସମ୍ପର୍କରେ ଖବର ପାଇ ହିଂଜିଳି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଗାଡିକୁ ଜବତ କରି ମୃତ ଯୁବକର ଶବକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠେଇଥିବା ବେଳେ ଥାନାରେ ୩୨୪/୨୦ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।ତେବେ ମୃତ୍ୟୁ ବରଣ କରିଥିବା ଯୁବକର ଘର ଗୋପାଳପୁର ଥାନା ଅନ୍ତର୍ଗତ ଗଦଙ୍ଗା ଗ୍ରାମ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |