ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୦୭/ ୦୪  : ସରକାର ପ୍ରଦୂଷଣ କମ କରିବାକୁ ଜରୁରୀ ପଦକ୍ଷେପ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ବର୍ଷ ଠାରୁ ସ୍ୱୟଂ ଚାଳିତ ଟେଷ୍ଟିଂ ସେଣ୍ଟରରୁ ହିଁ ଫିଟନେସ ସାର୍ଟିଫିକେଟ ନେବାକୁ ପଡ଼ିବ । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ କେନ୍ଦ୍ରୀୟ ମୋଟର ଯା ନିୟମ ୧୯୮୯ ରେ ସଂଶୋଧନ କରିଛନ୍ତି । ସଂଶୋଧନ ଅନୁଯାୟୀ ଯାନଗୁଡ଼ିକୁ ପଞ୍ଜୀକୃତ ସ୍ୱୟଂ ଚାଳିତ ଟେଷ୍ଟିଂ ଷ୍ଟେସନରୁ ଫିଟନେସ ସାର୍ଟିଫିକେଟ ନେବା ବାଧ୍ୟତାମୂଳକ ।  ଦେଶରେ ଏଣିକି ଓଜନଦାର ଦ୍ରବ୍ୟ(ମାଲ) ପରିବହନ ଯାନ ଏବଂ ଯାତ୍ରୀବାହୀ ସମେତ ବିଭିନ୍ନ ଯାନର ଫିଟନେସ ପ୍ରମାଣପତ୍ର ସ୍ୱୟଂକ୍ରିୟ ବ୍ୟବସ୍ଥାରେ ହେବ । ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗତ ୫ ତାରିଖ ଦିନ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଧାରା ୧୭୫ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ଓଜନଦାର ଦ୍ରବ୍ୟ ପରିବହନକାରୀ ଏବଂ ଯାତ୍ରୀ ପରିବହନକାରୀ ଯାନଗୁଡିକର ଫିଟନେସ ପ୍ରମାଣ ପତ୍ର ସ୍ୱୟଂକ୍ରିୟ ବ୍ୟବସ୍ଥାରେ ୨୦୨୩ ଏପ୍ରିଲ ପହିଲାରୁ କରାଇବା ବାଧ୍ୟତାମୂଳକ ହେବ । ଅନ୍ୟ ମଧ୍ୟମ ମାଲ ପରିବହନକାରୀ, ଯାତ୍ରୀ ପରିବହନକାରୀ ଏବଂ ହାଲୁକା ପରିବହନକାରୀ ମୋଟର ଯାନ ପାଇଁ ୨୦୨୪ ମସିହା ଜୁନ ପହିଲାରୁ ଏହା ବାଧ୍ୟତାମୂଳକ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: