ଆସିଲା ସାବିତ୍ରୀ ବ୍ରତ
ସତ୍ୟବାନ ମାନେ ହେଲେ ବିବ୍ରତ,
ବଉଳ ଲୋ,
ସେତ ପାଉନାହିଁ ହାତ କାତ,
ବଉଳ ଲୋ,
ଘରଣୀ ବାଇଆ କଲା
ଘରେ ପଶିଲେ ହୁଏ ଛାନିଆ,
ବଉଳ ଲୋ,
ସେ’ତ ଦେଖା ସେଖା ଏ ଦୁନିଆଁ
ବଉଳ ଲୋ,
ତାଲା ବନ୍ଦ କାଳ ହେଲା
ରୋଜଗାର ଘରେ ପଡିଛି ତାଲା,
ବଉଳ ଲୋ, ଘରଣୀ ନବୁଝେ ଭଲା, ବଉଳ ଲୋ,
ରାଗରେ ବିଷ ଉଦ୍ଗାରେ ତାର ବିଷ ଜ୍ୱାଳା ତୀଵ୍ରହୁଏ
ବଉଳ ଲୋ,
ସତ୍ୟବାନଙ୍କ ମଥା ଘୁରାଏ
ବଉଳ ଲୋ,
ଟଙ୍କା ପଇସାର ଖେଳ
ସମ୍ପର୍କର ଏଠି ନାହିଁତ ମୂଲ,
ବଉଳ ଲୋ,
ଯେତେ ଦେବ ସେତେ ଭଲ
ବଉଳ ଲୋ,
ମାଆକୁ ନମିଳେ ବାଶ
ମାଇପ କଥାରେ ସେ ଉଠବସ,
ବଉଳ ଲୋ,
ମୁଖେ ଲୋକ ଦେଖାଣିଆ ହସ
ବଉଳ ଲୋ,
-ଜିତୁ ରଞ୍ଜନ ସ୍ୱାଇଁ
ଶିକ୍ଷକ, ଭିମା ମାଡକାମୀ ଉଚ୍ଚ ବିଦ୍ୟାଳୟ ପଡିଆ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |