ଲୋକପ୍ରିୟ DJ Azexଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର ,୧୯।୩: ରହସ୍ୟ ଘେରରେ ଲୋକପ୍ରିୟ ଡିଜେ ଆଜେକ୍ସ(DJ Azex)ଙ୍କ ମୃତ୍ୟୁ। ଭୁବନେଶ୍ୱର ସ୍ଥିତ ଘରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ତାଙ୍କର ପ୍ରକୃତ ନାଁ ଅକ୍ଷୟ କୁମାର ହୋଇଥିବା ବେଳେ DJ Azex ନାଁରେ ସେ ବେଶ୍‌ ଜଣାଶୁଣା।ହଜାର ହଜାର ଦର୍ଶକଙ୍କୁ ନିଜର ସଙ୍ଗୀତ ପ୍ରତିଭା ବଳରେ ମତୁଆଲା କରାଉଥିବା ଡିଜେ ଆଜେକ୍ସ ଆଉ ନାହାନ୍ତି । ତାଙ୍କର ମୃତ୍ୟୁ କିପରି ଘଟିଲା ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ପଠାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ଏହାସହ ଖଣ୍ଡଗିରି ପୋଲିସ୍ ମାମଲାର ତଦନ୍ତ କରୁଛି। ସାରା ରାଜ୍ୟରେ ବେଶ୍ ପରିଚିତ ଆଜେକ୍ସ।ଡିଜେ ଆଜେକ୍ସଙ୍କ ଶୋ’ର ଦିୱାନା ଥିଲେ ଯୁବପିଢ଼ି। ଶବ ବ୍ୟବଚ୍ଛେଦ ପାଇଁ ତାଙ୍କର ମୃତଦେହ ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିବା ଜଣାପଡ଼ିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: