ସପ୍ତାହନ୍ତ ସଟ ଡାଉନରେ ପୋଲିସ ବ୍ୟବସ୍ଥା ପୁରା କଡା

ମାଲକାନଗିରି,୨୨/୫(ଶ୍ରୀନିବାସ ପଣ୍ଡା) :– ମାଲକାନଗିରି ଜିଲ୍ଲା ପ୍ରଶାସନ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାର ଗୋଷ୍ଠୀ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ କିଛି ମାତ୍ରାରେ ସକ୍ଷମ ହେଇଛି। ସୀମାନ୍ତ ଜିଲ୍ଲା ହେଇଥିବାରୁ ମୁଖ୍ୟ ରାସ୍ତା ବ୍ୟତୀତ ଅନେକ ଗଳା ପଥ ପଡୋଶୀ ତିନୋଟି ରାଜ୍ୟକୁ ସଂଯୋଗ ହେଇଥିବାରୁ ପ୍ରଶାସନ ଅଗୋଚରରେ ଅନେକ ପ୍ରବାସୀ ଅବାଧରେ ପ୍ରବେଶ କରିଥିବା ଜଣାଯାଏ। ଏସବୁ ଦୃଷ୍ଟିରୁ ପ୍ରଶାସନ କଡାକଡି ଭାବେ ଲକ ଡାଉନ ଏବଂ ସଟ ଡାଉନକୁ ଲାଗୁ କରିବାକୁ ସମସ୍ତ ପ୍ରୟାସ ଜାରି ରଖିଛି। ଜିଲ୍ଲା ପୋଲିସ ପ୍ରଶାସନ ସହିତ ତାଳକୁ ତାଳ ମିଳେଇ ନିଷ୍ଠାର ସହ ସହଯୋଗ କରିବା ହେତୁ ଆଜି ଏସବୁ ସମ୍ଭବ ହେଇପାରିଛି। କିନ୍ତୁ କିଛି ଅବୁଝାଙ୍କ ପାଇଁ ଅଯଥା ଶକ୍ତି ପ୍ରଦର୍ଶନ କରିବାକୁ ପୋଲିସ ବାଧ୍ୟ ହେଇଥିବା ଦେଖାଯାଉଛି। ଆଜି ମାଲକାନଗିରି ଜିଲ୍ଲାର ଜୟପୁର ମୋଟୁ ରାଜରାସ୍ତା ଜନଶୂନ୍ୟ। ପୋଲିସର ବେଶ କଡା ସ୍ୱଭାବ ପରିଲକ୍ଷିତ ହେଉଛି। ସେଇ ପରିପେକ୍ଷିରେ ସଦର ଥାନା ଆଇ ଆଇ ସି ରାମ ପ୍ରସାଦ ନାଗଙ୍କ ନିର୍ଦେଶରେ ରିଜର୍ଭ ପୋଲିସର ଏ ଏସ ଆଇ ରାମଚନ୍ଦ୍ର ମାଡକାମୀ କିଛି ପୋଲିସଙ୍କୁ ନେଇ ମାଲକାନଗିରି ମୋଟୁ ରାସ୍ତାରେ ଜୋରଦାର ଯାଞ୍ଚ ଚଳେଇଛନ୍ତି। ବାହାନା କରି ପୂର୍ବରୁ ଖସି ଯାଉଥିବା ଅବୁଝା ମାନେ ଲେଉଟିବାକୁ ବାଧ୍ୟ ହେବା ସହିତ, ଅନେକ ଜୋରିମାନା ଭରିବା ଦେଖାଯାଇଛି। ଏପରି ଭାବରେ ସାଲିସ ବିହୀନ କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିଲେ ସଂକ୍ରମଣ ରୋକିବା ସମ୍ଭବ ହେବ।

WhatsApp Image 2021 05 22 at 2.30.41 PM 1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: