ସବୁଜ ବାହିନୀର ସବୁଜ ସକାଳର ସ୍ଵପ୍ନ

ବ୍ରହ୍ମପୁର,୧୩/୯(ମନୋଜ ପାତ୍ର):ବ୍ରହ୍ମପୁର ସହର ଉପକଣ୍ଠ କନିଷି ବ୍ଲକ୍ ଅନ୍ତର୍ଗତ ଆମପୁର ଲଣ୍ଡା ପାହାଡ଼ରେ ବିଜେ କାଳୀ ଓ ଗୋକେଣ୍ଣଶ୍ୱର୍ ଶିବ ମନ୍ଦିର ଚର୍ତୁପାର୍ଶ୍ବରେ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ବୃକ୍ଷ ରୋପଣ ଓ ମୃତ୍ତିକା ମିଶ୍ରିତ ମଞ୍ଜି ଗୋଳା ନିକ୍ଷେପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ସଂସ୍ଥା ପକ୍ଷରୁ ପୀଜୁଳି,ବାହାଡା,ଶାହାଡା,ନର କୋଳି, ଜାମ କୋଳି ବେଲ,ପଣସ, ସିତା ଫଳ, ଡାଳିମ୍ବ, ବାଦାମ, ଗୁଆ ଏମିତି ବିଭିନ୍ନ କିସମର ପଚାଶ ଗୋଟି ଚାରା ରୋପଣ କରାଯାଇଥିଲା ।ଏଥିସହ ବିଭିନ୍ନ ରକମର ମଞ୍ଜିକୁ ପାହାଡ ଆଖ ପାଖରେ ଫୋପଡା ଯାଇଥିଲା ଏହି କାର୍ଯ୍ୟକ୍ରମରେ ସଭାପତି ଶିବରାମ ପାଣିଗ୍ରାହୀ,ଏ. ପ୍ରକାଶ ,ଶିବରାମ ବେହେରା ,ମହନ୍ତ ନିତ୍ୟଗୋପାଳ ଦାସ୍,ପ୍ରସନ୍ନ କୁମାର ସ୍ବାଇଁ , ପ୍ରଣୟ କୁମାର ସାହୁ, ଓ ଅନ୍ୟ ମେମ୍ବର ମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଏଥିରେ ଗ୍ରାମ ବାସିନ୍ଦା ମାନେ ଉପସ୍ଥିତ ରୋହି ସହଯୋଗର ହାତ ବଢ଼ାଇ ଥିଲା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!