ସବୁଠାରୁ ବଡ ଅଟଳ ରୋହତଙ୍ଗ୍ ଟନେଲ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମନାଲି ୦୩/୧୦ : ପ୍ରଧାନମନ୍ତ୍ରୀ ମୋଦି ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲା ମନାଲି-ଲେହ ମାର୍ଗରେ ନିର୍ମିତ ଅଟଳ ରୋହତଙ୍ଗ୍ ଟନେଲ୍ କୁ ଉଦଘାଟନ କରିଛନ୍ତି । ୯.୦୨ କିମି ଲମ୍ବ ଏହି ଟନେଲକୁ ପ୍ରଧାନମନ୍ତ୍ରୀ ମୋଦି ଶନିବାର ସକାଳ ୧୦ଟା ରେ ଲୋକାର୍ପଣ କରିଛନ୍ତି । ହିମାଚଳ ପ୍ରଦେଶ ପାଇଁ ଦୀର୍ଘ ୧୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି ।ଏହି ଟନେଲ ଦେଇ ଭାରତୀୟ ସେନା ଲଦାଖ ଓ କାରଗିଲ ଯାଏଁ ସହଜରେ ପହଞ୍ଚି ପାରିବ । ୧୦ ବର୍ଷ ପରେ ଟନେଲ ପ୍ରସ୍ତୁତ ହୋଇଛି । ଏହି ଟନେଲ ନିର୍ମାଣରେ ୩ ହଜାର ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅଟଳ ରୋହତଙ୍ଗ ସୁଡ଼ଙ୍ଗର ନାମ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ନାମିତ କରାଯାଇଛି । ୧୦ ହଜାର ୧୭୧ ଫୁଟ ଉଚ୍ଚରେ ତିଆରି ହୋଇଥିବା ଏହି ଅଟଳ ରୋହଟାଙ୍ଗ ଟନେଲ ଏହାକୁ ରୋହଟାଙ୍ଗ ପାସ୍ ସହିତ ସଂଯୋଗ କରି ନିର୍ମାଣ କରାଯାଇଛି ।ଏହା ଦୁନିଆର ସବୁଠାରୁ ଉଚ୍ଚ ଓ ସବୁଠାରୁ ଲମ୍ବା ସଡକ ସୁଡ଼ଙ୍ଗ ପଥ । ଏହା ପାଖାପାଖି ୯.୦୨ କିମି ଲମ୍ବ । ଏହାର ଦୈର୍ଘ୍ୟ ୧୦ ମିଟର ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: