ସବୁ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ : ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ ,୦୮/୧୦ : ଭାରତୀୟ ବାୟୁସେନାର ୮୮ତମ ସ୍ଥାପନା ଦିବସ ଅବସରରେ ବାୟୁସେନା ମୁଖ୍ୟ ରାକେଶ କୁମାର ସିଂହ ଭଦୋରିୟା ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ବାୟୁସେନା ଯବାନ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛନ୍ତି। ୮୮ତମ ସ୍ଥାପନା ଦିବସରେ ଅବସରରେ ଭାରତୀୟ ବାୟୁସେନା ମୁଖ୍ୟଙ୍କ ସମ୍ବୋଧନ ଓ ରାଷ୍ଟ୍ରଗାନ ପରେ ବାୟୁସେନା ବିମାନ କୌଶଳ ପ୍ରଦର୍ଶନ କରିଥିଲେ । ବାୟୁସେନା ମୁଖ୍ୟ ନିକଟରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ-ଚୀନ ଗତିରୋଧ ମଧ୍ୟରେ ବାୟୁସେନା ନିୟୋଜିତକୁ ନେଇ କହିଛନ୍ତି ଯେ, ‘ଉତ୍ତର ସୀମାରେ ଗତିରୋଧରେ ତ୍ୱରିତ ପ୍ରତିକ୍ରିୟା ପାଇଁ ସମସ୍ତ ବାୟୁସେନା ଯବାନଙ୍କୁ ପ୍ରଶଂସା କରିବାକୁ ଚାହୁଁଛନ୍ତି । ଏହି କାର୍ଯ୍ୟକ୍ରମରେ ଆକର୍ଷଣର କେନ୍ଦ୍ର ଥିଲା ରାଫେଲ ଯୁଦ୍ଧ ବିମାନ, ଯାହା ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା ​​।  ଭଦୋରିୟା କହିଛନ୍ତି ଯେ, ରାଷ୍ଟ୍ରକୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ଭାରତୀୟ ବାୟୁସେନା ବିକଶିତ ହେବ ଏବଂ ଆମ ଦେଶର ସଂପ୍ରଭୃତ୍ୱ ଏବଂ ହିତର ରକ୍ଷା ପାଇଁ ସମସ୍ତ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବ।  ବାୟୁସେନା ଦିବସ ଅବସରରେ ରାଫେଲ ବିମାନ ମଧ୍ୟ ଫ୍ଲାଇପାଷ୍ଟରେ ଭାଗ ନେଇଥିଲା । ୩ ସେନାର ପ୍ରତିବଦ୍ଧତା ତ୍ରିଶୂଳ ଫରମେସନରେ ଦେଖିବାକୁ ମିଳିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: