ସବୁ ସତ ଓଗାଳିଲା ରଞ୍ଜନ

କଟକ ୩୧।୦୩ : ସତ ମାନିଲା ରଞ୍ଜନ । ସେ ହିଁ କରିଥିଲେ ମାନସକୁ ଅପହରଣ । କ୍ରାଇମ୍‌ବ୍ରାଞ୍ଚ ଆଗରେ ସବୁ ସତ ଓଗାଳିଲା ଅଭିଯୁକ୍ତ ରଞ୍ଜନ ନାୟକ । ଅପହରଣ ବେଳେ ସାଥିରେ ଥିଲେ ଶର୍ମିଷ୍ଠା , ଝୁନା ଭୋଇ, ଭାଗ୍ୟଧର ନାୟକ, ନିଲୁ ଓରଫ ବିବେକ । ଖବର ଅନୁଯାୟୀ, କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ । ଏହି ଜେରା ବେଳେ ମାନସଙ୍କୁ ଅପହରଣ କରିଥିବା କଥା କ୍ରାଇମ୍‌ବ୍ରାଞ୍ଚ ଆଗରେ ମାନିଥିଲା ରଞ୍ଜନ । ଏପରିକି ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂପର୍କରେ କ୍ରାଇମବ୍ରାଞ୍ଚକୁ ଜଣାଇଛି । ଅପହରଣ ଦିନ କେଉଁ କେଉଁ ଲୋକ ଉପସ୍ଥିତ ଥିଲେ, କାହା କାର୍‌ରେ ମାନସଙ୍କୁ ଅପହରଣ କରାଯାଇଥିଲା । ସେନେଇ ସମସ୍ତ କଳାଚିଠା ଖୋଲିଛି ରଞ୍ଜନ । ଏହାପରେ ରଞ୍ଜନଙ୍କୁ ନେଇ ଚଣ୍ଡିଖୋଲ ଯାଇଥିଲା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । କ୍ରାଇମବ୍ରାଞ୍ଚ ଟିମ୍‌କୁ ମାନସଙ୍କ ମୋବାଇଲର ଇୟର ଫୋନ୍‌, ଅଧାପୋଡ଼ା ଚପଲ ମିଳିଛି । ଚଣ୍ଡିଖୋଲ ନିକଟ ଦୈତାରୀ-ପାରାଦୀପ ରାସ୍ତା କଡରୁ ମିଳିଛି ଏହି ସମସ୍ତ ପ୍ରମାଣ । ଏପିରିକି  ଦୈତାରୀ-ପାରାଦୀପ ରାସ୍ତା କଡ ଵୁଦାରୁ ମିଳିଛି କୋଡି, କୋଦାଳ। ଏହି ସମୟରେ ମାନସକୁ କିଡନାପ କରିଥିବା ମାନିଲା ଅଭିଯୁକ୍ତ ରଞ୍ଜନ ନାୟକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଳାସପୁର ନିକଟରୁ ଶର୍ମିଷ୍ଠାଙ୍କ କାର୍‌ରେ ମାନସଙ୍କୁ କିଡନାପ କରାଯାଇଥିଲା । କିଡନାପ ବେଳେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସହ , ଝୁନା ଭୋଇ, ଭାଗ୍ୟଧର ନାୟକ , ନିଲୁ ଓରଫ ବିବେକ ସାଙ୍ଗରେ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: