ସମବାୟ ସମିତି ନିର୍ବାଚନା:୨୪୪ ସମ୍ବେଦନଶୀଳ ବୁଥ୍ ଚିହ୍ନଟ

ଭୁବନେଶ୍ୱର,୧୯।୦୬:ଆଜି ସମବାୟ ସମିତି ନିର୍ବାଚନ। ପ୍ରାଥମିକ ସମବାୟ ସମିତି   ଭୋଟ  । ଆଜି ରାଜ୍ୟରେ ଥିବା ସମବାୟ ସମିତି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ଗୋଟିଏ ୧୯ ତାରିଖରେ କରାଯିବାକୁ ଥିବାବେଳେ ଅନ୍ୟଟି ୨୬ ତାରିଖରେ ଅନୁଷ୍ଠିତ ହେବ । ରାଜ୍ୟରେ ମୋଟ ୩୨୫୨ ସମିତି ମଧ୍ୟରୁ ୨୫୨୧ ସମବାୟ ସମିତିରେ ନିଦ୍ୱନ୍ଦ୍ୱର୍ରେ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ବାକି ୭୩୧ଟିରେ ଭୋଟଗ୍ରହଣ କରାଯିବ । ସେଥିମଧ୍ୟରୁ ୨୪୪ଟି ସମବାୟ ସମିତି ସମ୍ବେଦନଶୀଳ ଥିବାରୁ ସେଠାରେ ସିସିଟିଭି ଲଗାଯିବା ସହ ପୋଲିସ ମୁତୟନ କରାଯିବ ବୋଲି ରାଜ୍ୟ ସମବାୟ କମିଶନର ସୂଚନା ଦେଇଛନ୍ତି ।ଆଜି ମୋଟ ୩ ହଜାର ୨ ଶହ ୫୨ଟି ସମବାୟ ସମିତିରେ ନିର୍ବାଚନ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ସେ ମଧ୍ୟରୁ ୨ ହଜାର ୫ ଶହ ୧୧ ସମିତିରେ ସଦସ୍ୟ ଓ ସଦସ୍ୟା ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି।୪ଲକ୍ଷ ୫୩ ହଜାର ୬୧୦ ଭୋଟଦାତା ମତଦାନ ସାବ୍ୟସ୍ତ କରିବେ। ଭୋଟ ଗ୍ରହଣ ସମାପ୍ତି ପରେ ନିର୍ବାଚନ ଅଧିକାରୀ ଏବଂ ନିୟୋଜିତ ଅଧିକାରୀଙ୍କ ଉପସ୍ଥିତିରେ ଫଳାଫଳ ଘୋଷଣା କରାଯିବ। ସେହିପରି ଆସନ୍ତା ୨୬ ତାରିଖରେ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଦିନର ଭୋଟ ଗ୍ରହଣ ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: