ଭୁବନେଶ୍ୱର,୧୮।୯ : ଓଡ଼ିଶାର ପ୍ରତିଷ୍ଠିତ ଦୈନିକ ଖବର କାଗଜ ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରାଲୋକ ଘଟିଛି । ଶନିବାର ଏସସିବିରେ ୮୭ ବର୍ଷ ବୟସରେ ମହାପାତ୍ରିଙ୍କ ପରଲୋକ ଘଟିଛି । ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ବିଶିଷ୍ଟ କବୟତ୍ରୀ ତଥା ଉତ୍କଳ ସମ୍ମୀଳନରୀ ପୂର୍ବତନ ସଦସ୍ୟା, ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରଲୋକ ହୋଇଛି। କଟକରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ସେ ସ୍ୱାଧୀନତା ସଂଗ୍ରାମୀ ଡ. ରାଧାନାଥ ରଥଙ୍କ କନ୍ୟା।୧୯୩୪ ମସିହା ଜୁନ୍ ୧୦ରେ ଡକ୍ଟର ମହାପାତ୍ରଙ୍କର ଜନ୍ମ କରିଥିଲେ। ପିତା ‘ସମାଜ’ର ପୂର୍ବତନ ସମ୍ପାଦକ ତଥା ଲୋକସେବକ ମଣ୍ଡଳର ପୂର୍ବତନ ଅଧ୍ୟକ୍ଷ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥ। ଜଣେ ଉଚ୍ଚକୋଟୀର କବି, ସମ୍ପାଦିକା ଓ ସମାଜସେବୀ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଜଣେ ଓଜସ୍ବିନୀ ବକ୍ତା ଭାବେ ସେ ଅଶେଷ ଲୋକପ୍ରିୟତା ହାସଲ କରିଥିଲେ। ବିଶେଷ କରି ମାନବବାଦୀ, ସାମ୍ୟବାଦୀ ଓ ବୈପ୍ଳବିକ ଚିନ୍ତାଧାରା ତାଙ୍କ ସାହିତ୍ୟ କୃତିରେ ପରିସ୍ଫୁଟିତ ହୋଇଛି। ସେ ଓଡ଼ିଶା ସାହିତ୍ୟ ଏକାଦେମୀ ପୁରସ୍କାର, ସୋଭିଏତ୍ଲାଣ୍ଡ ପୁରସ୍କାର ଆଦି ଅନେକ ମର୍ଯ୍ୟାଦାଜନକ ପୁରସ୍କାର ଲାଭ କରିବା ସହିତ ରମାଦେବୀ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍ ଉପାଧି ଲାଭ କରିଥିଲେ। ସାହିତ୍ୟ ସାମ୍ରାଜ୍ୟ ବ୍ୟତୀତ ଶିକ୍ଷାଦାନ ଦିଗରେ ମଧ୍ୟ ମନୋରମା ମହାପାତ୍ରଙ୍କ ଯୋଗଦାନ ଅତୁଳନୀୟ। ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅର୍ଥନୀତିର ଅଧ୍ୟାପକ ଥିଲେ। ସାହିତ୍ୟ କ୍ଷେତ୍ରରେ ବି ପରିଚିତା ମନୋରମା ୪୦ରୁ ଅଧିକ ବହି ଲେଖିଛନ୍ତି। ତାଙ୍କର କିଛି ପୁସ୍ତକ ଅନ୍ୟ ଭାରତୀୟ ଭାଷାରେ ମଧ୍ୟ ଅନୁବାଦ ହୋଇଛି। ସାହିତ୍ୟ ପାଇଁ ଅନେକ ସମ୍ମାନ ପାଇଥିବା ମନୋରମାଙ୍କ ପ୍ରଥମ ପୁସ୍ତକ ‘ଜୁଆର ଯେଉଁଠି ଉଠେ’।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |