ସମାଜସେବୀ ଦିନବନ୍ଧୁ ନାୟକଙ୍କ ଦେହାନ୍ତ

 ନବରଙ୍ଗପୁର (ମିହିର ଶଙ୍କର ପାତ୍ର),ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ର ବିଶିଷ୍ଟ ସମାଜସେବୀ ତଥା ଗାୟତ୍ରୀ ପରିବାର ର ଜଣେ ପ୍ରମୁଖ ସଦସ୍ୟ ଦିନବନ୍ଧୁ ନାୟକ ଙ୍କ ଗତକାଲି କୋରାପୁଟ ରେ ଦେହାନ୍ତ ହୋଇ ଯାଇଥିଲା। ଗତକାଲି ସନ୍ଧ୍ୟାରେ ତାଙ୍କ ପାର୍ଥିବ ଶରୀରକୁ କଡିଙ୍ଗା ସ୍ଥିତ ବାସଭବନ କୁ ଅଣା ଯାଇଥିଲା। ଆଜି ଗାୟତ୍ରୀ ପରିବାର ର ରୀତିନୀତି ଅନୁସାରେ ତାଙ୍କ ଜ୍ୟେଷ୍ଠ ପୁତ୍ର ଅରୁଣ ନାୟକ ଓ ‌ହିମାଂଶୁ ନାୟକ ଅଗ୍ନି ଦେବା ପରେ ଦିନବନ୍ଧୁ ନାୟକ ଙ୍କ ଶରୀର ପଞ୍ଚ ତତ୍ତ୍ଵ ରେ ବିଲୀନ ହୋଇ ଯାଇଥିଲା। ଶେଷ ଦର୍ଶନାର୍ଥେ ପୂର୍ବତନ ବିଧାୟକ ସଦନ ନାୟକ, ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ବରିଷ୍ଠ କଂଗ୍ରେସ ନେତା ଧରମ ସିଂହ, ଡାବୁଗାଁ ମଣ୍ଡଳ ବିଜେପି ସାଧାରଣ ସଂପାଦକ ମହେଶ ପାତ୍ର, ଚୈତନ୍ୟ ବିଷୟୀ ତଥା ଗାୟତ୍ରୀ ପରିବାର ର ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଦିନବନ୍ଧୁ ନାୟକ ଜଣେ ଆଧ୍ୟାତ୍ମିକ ଓ ଧାର୍ମିକ ବ୍ୟକ୍ତି ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: