ସମୁଦ୍ର ପାଣିରେ ଚାଲିଗଲା ୩୯ ପ୍ରବାସୀଙ୍କ ଜୀବନ

ଟ୍ୟୁନିସିୟା ୧୦।୦୩ : ସମୁଦ୍ର ପାଣି ରେ   ଘଟିଲା ଅଘଟଣ । ୯୩ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗା , ମଝି ସମୁଦ୍ରରେ ଓଲଟିଲା । ଯେଉଁଥିରେ ୩୯ଜଣଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏବେ ବି ସମୁଦ୍ରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ଅନୁଯାୟୀ, ମଙ୍ଗଳବାର ଦିନ ଆଫ୍ରିକୀୟ ଦେଶ ଟ୍ୟୁନିସିୟାର ସମୁଦ୍ରରେ ଏକ ଅଘଟଣ ଘଟିଯାଇଛି । ୯୩ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝିରେ ସମୁଦ୍ରରେ ଓଲଟିଯାଇଛି । ଯାହାଫଳରେ ଡଙ୍ଗାରେ ଥିବା ୩୯ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ଥିବା ସୂଚନା ରହିଛି । ସେହିପରି ଡଙ୍ଗାରେ ଥିବା ଅନ୍ୟ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ କେବଳ ଗୋଟିଏ ଡଙ୍ଗା ନୁହେଁ, ଅଘଟଣ ଘଟିଥିବା ସ୍ଥାନଠାରୁ କିଛି ଦୂରରେ  ଥିବା ଆଉ ଏକ ଡ଼ଙ୍ଗା ବୁଡିଯାଇଥିଲା । କିନ୍ତୁ ସେଥିରୁ କିଛି ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ସମୁଦ୍ର ମଝିରୁ ମୋଟ ୧୬୫ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ନିଜ ଦେଶରେ ନିର୍ଯାତନାର ଶିକାର ହେଉଥିବା ଲୋକମାନେ ନିଜର ଆଫ୍ରିକୀୟ ଦେଶରୁ ଡଙ୍ଗା ଯୋଗେ ଇଟଲୀ ଅଭିମୁଖେ ଯାଉଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା କିଛି ଅଲଗା ଥିଲା । ଜୀବନ ବଞ୍ଚିବା ପାଇଁ ନୂତନ ସ୍ଥାନ ଖୋଜିବା ବେଳେ ମଝିରେ ସମୁଦ୍ରରେ ବୁଡିଗଲା ଡଙ୍ଗା । ଚାଲିଗଲା ୩୯ଜଣ ପ୍ରବାସୀଙ୍କ ଜୀବନ ।   ସେପଟେ ଦୁର୍ଘଟଣାଗ୍ରସ୍ତ ଡଙ୍ଗାଟି ଅତି ଶୋଚନୀୟ ଅବସ୍ଥାରେ ରହିଥିଲା । ଡଙ୍ଗାରେ ଆବଶ୍ୟକ ଠାରୁ ଅଧିକ ଲୋକ ବସିଥିଲେ ବୋଲି ଏପରି ଅଘଟଣ ଘଟିଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି । ଏବେ ବି ସମୁଦ୍ରରେ ସର୍ଚ୍ଚ ଅପରେନସନ ଜାରି ରହିଛି । ଆଉ କିଛି ଲୋକ ପାଣିରେ ବୁଡି ରହିଥିବା ଅନୁମାନରେ ସନ୍ଧାନ ଜାରି ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: