ବ୍ରହ୍ମପୁର,୮/୩(ମନୋଜ କୁମାର ପାତ୍ର):ସଦର ଥାନା ଅନ୍ତର୍ଗତ ବାଲିପଡା ଗ୍ରାମର ଧୋବା ସାହିରେ ରହୁଥିବା ଜଣେ ବିଧବା ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ମିଳିଛି।ତେବେ ଏହି ହତ୍ୟାକାଣ୍ଡ ଘଟାଇଛି ନିଜ ଦେଢୁଶ୍ଵର ପ୍ରଭାକର ବିଷୋୟୀ। ଘଟଣା ପ୍ରକାରେ ଜାଣିବାକୁ ମିଳିଛି ଯେ,ସୁଷମା ବିଷୋୟୀ ନାମକ ଜଣେ ବିଧବା ମହିଳା ଗତ କିଛି ବର୍ଷ ପୂର୍ବେ ବାଲିପଡା ଗ୍ରାମର କିଶୋର ବିଷୋୟୀଙ୍କୁ ବିବାହ କରିଥିଲେ।ତେବେ କିଛି ଦିନ ପରେ କିଶୋର ବିଷୋୟୀ ମୃତ୍ୟୁ ବରଣ କରିଥିଲେ ।ଫଳରେ ମହିଳା ଜଣକ ଏକାକି ରହିଆସୁଥିଲେ।ମହିଳାଙ୍କର କୌଣସି ସନ୍ତାନ ନଥିବା ବେଳେ ଭାଇର ପୁଅକୁ ପୂସ୍ୟ ସନ୍ତାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।ସୁଷମାଙ୍କ ଦେଢୁଶ୍ୱର ଏହି ବିଷୟ ଜାଣିବା ପରେ ସମ୍ପତି ଲୋଭରେ ଭାଇ ବୋହୁ ସହ ଦୁଇ ତିନିଥର ଗଣ୍ଡଗୋଳ କରିଥିଲା ଏବଂ ନିଜ ପୁଅକୁ ପୂସ୍ୟ ସନ୍ତାନ କରିବା ପାଇଁ ପ୍ରବର୍ତଇଥିଲା।ତେବେ ଏଥିରେ ସୁଷମା ରାଜି ହୋଇନଥିଲା।ତେବେ ସୋମବାର ଦିନ ସୁଷମା ବିଲକୁ ମୁଗ ଉପାଡ଼ିବା ପାଇଁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଦେଢୁଶ୍ୱର ଉକ୍ତ ମହିଳାଙ୍କୁ ବିଲ ମଧ୍ୟରେ ହିଁ ଏକ ଠେଙ୍ଗା ଓ କାତିରେ ଆକ୍ରମଣ କରି ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।ମହିଳାଙ୍କ ମୃତ ଶରୀର ବିଲରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ସଦର ଥାନା ପୋଲିସକୁ ଜଣାଇଥିଲେ।ଏହି ଖବର ପାଇବା ପରେ ସଦର ଥାନା ଅଧିକାରୀଣି ସନ୍ତୋଷିନି ଓରାମ, ଅତିରିକ୍ତ ଥାନା ଅଧିକାରୀ ବିଶ୍ୱନାଥ ଜାଲି, ଏସ୍ ଆଇ ଜ୍ୟୋତି ରଞ୍ଜନ ବେହେରା, ଏସ୍ ଆଇ କେଳୁଚରଣ ମଲ୍ଲିକ ପ୍ରମୁଖ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠେଇଥିଲେ।ତେବେ ଏହି ଘଟଣାରେ ଗୌତମି ପଞ୍ଚାୟତର ମାଟିଆବରେଇ ଗ୍ରାମରେ ରହୁଥିବା ସୁଷମାଙ୍କ ଭାଇ ଶ୍ରୀ ବାରିକ ସ୍ବାଇଁ ଭଉଣୀକୁ ତାଙ୍କ ଦେଢୁଶ୍ୱର ହତ୍ୟା କରିଥିବା ନେଇ ଲିଖିତ ଭାବେ ପୋଲିସ ନିକଟରେ ଅଭିଯୋଗ କରିଥିଲେ।ଏହି ଘଟଣାରେ ଫେରାର ଥିବା ଅଭିଯୁକ୍ତ ପ୍ରଭାକର ବିଷୋୟୀଙ୍କର ମୋବାଇଲ ନମ୍ବର କୁ ଟ୍ରାକିଂ କରି ଗିରଫ କରିବାରେ ସଫଳ ହୋଇଛି।ତେବେ ଅଭିଯୁକ୍ତ ବିରୋଧରେ ସଦର ଥାନାରେ ୫୮/୨୧ ରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |