ସମ୍ପତ୍ତି ପାଇଁ ମାଆକୁ ହତ୍ୟାକଲା ପୁଅ

କଟକ, ୨୬।୧: ନିଜ ଜନ୍ମକଲା ମା’କୁ ନିଜ ହାତରେ କଟୁରିରେ ହାଣି ହତ୍ୟା କଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ତୁଳସୀପୁର ଶ୍ରୀବିହାର କଲୋନୀରେ ।ଜମିବାଡ଼ି ବିବାଦ ତଥା ପାରିବାରିକ କଳହକୁ କେନ୍ଦ୍ର କରି ମାଆକୁ ହତ୍ୟାକଲା ପୁଅ। ଏପରି ଘଟଣା ଘଟିଛି କଟକ ସହରର ଶ୍ରୀବିହାର କଲୋନୀରେ। ମୃତକ ମହିଳା ଜଣକ ହେଲେ ପରେଶ କୁମାରୀ ସିଂହଦେଓ। ସେ କନିକା ରାଜାଙ୍କ ନାତୁଣୀ ବୋହୂ ବୋଲି ଜଣାପଡିଛି। ଅଭିଯୁକ୍ତ ପୁଅ ଗୋପାଳ ଭଞ୍ଜଦେଓକୁ ବିଡ଼ାନାସୀ ଥାନାରେ ଅଟକ ରଖିଛି ପୁଲିସ।ସୂଚନା ଅନୂସାରେ ଆଜି ସକାଳେ ସାମନ୍ୟ କଥାକୁ ନେଇ ମା’ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏହାପରେ ପୁଅ ସଙ୍ଗେ ସଙ୍ଗେ ଉତକ୍ଷିପ୍ତ ହୋଇ ଘରୁ କଟୁରି ଆଣି ନିଜ ମା’କୁ ଅତି ବୀଭତ୍ସ ଭାବରେ ହାଣି ହତ୍ୟା କରିଥିଲା । କିଛି ଦିନ ହେବ ଜମିବାଡ଼ିକୁ ନେଇ ଘରେ ବିବାଦ ଲାଗିରହିଥିଲା । ପୂର୍ବରୁ ମଧ୍ୟ ଗୋପାଳ ପରେଶ  କୁମାରୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏନେଇ ପୁଲିସକୁ ଖବର ମଧ୍ୟ ଦିଆଯାଇଥିଲା। ତେବେ ପୁଲିସ ଗୋପାଳକୁ ତାଗିଦ କରି ଛାଡ଼ିଦେଇଥିଲେ। ଆଜି ସକାଳେ ଗୋପାଳ ଏକ ଧାରୁଆ ଅସ୍ତ୍ରରେ ପରେଶ କୁମାରୀଙ୍କୁ ହତ୍ୟା କରିଛି। ଏହି ସମୟରେ ପରେଶ ଦେବୀଙ୍କ ଝିଅ ଘରେ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି।ଗୋପାଳ ଭଞ୍ଜଦେଓକୁ ବିଡ଼ାନାସୀ ଥାନାରେ ଅଟକ ରଖାଯାଇଛି। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି। ସମ୍ପତ୍ତି ପାଇଁ ମଆକୁ ମାରିବାକୁ ପଛାଇଲାନି ଜନ୍ମକଲା ପୁଅ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: