ମୁନିଗୁଡା,୨୭/୭(ନନ୍ଦ କିଶୋର ପଟ୍ଟନାୟକ):ପ୍ରତେକ ବିଦ୍ୟାଳୟକୁ ସୁନ୍ଦର ପରିବେଶ ଏବଂ ଆକର୍ଷଣୀୟ କରିବା ନିମନ୍ତେ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ରାୟଗଡା ଜିଲ୍ଲା ମୁନିଗୁଡାର ଧୋବାସାହି ନିକଟସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର କୁରାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁନିଗୁଡା ରେଞ୍ଜର ପ୍ରସନ୍ନ କୁମାର ମିଶ୍ରଙ୍କ ନିର୍ଦେଶରେ ବିଦ୍ୟାଳୟକୁ ପରିବେଶକୁ ଉପଯୋଗୀ ହେଉଥିବା କାଜୁ,ବେଲ, ପଣସ,ଡାଲିମ୍ବ, ପିସ୍ତା ବାଦାମ ଚାରା ସହ ଅନ୍ୟାନ୍ୟ ଔଷଧୀୟ ଚାରା ଗୁଡିକ ଯୋଗାଇ ଦିଆଯାଇଥିଲା। ସହକାରୀ ଶିକ୍ଷୟତ୍ରୀ ସୁମିତ୍ରା ଦାସ,ସୁମିତ୍ରା ନାୟକ,ନିବେଦିତା ନାୟକ ଏବଂ ପଦ୍ମିନୀ ପାତ୍ର ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାଜକୁମାର ନିଆଲ, ସଭାନେତ୍ରୀ ଶୁକୁନ୍ତଳା ଗୌଡ଼,ସଭ୍ୟା ପଞ୍ଚୁମତୀ ଦାସ ସହ ଅନ୍ୟାନ୍ୟ ଅଭିଭାବକ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ଉକ୍ତ ଗଛ ଗୁଡିକର ଦାୟିତ୍ୱ ସମସ୍ତଙ୍କୁ ନେବାକୁ ପଡିବ ବୋଲି ସମସ୍ତଙ୍କୁ ପରାମର୍ଶ ଦେଇ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ବିଦ୍ୟାଳୟ ଖୋଲିଲେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମଧ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇ ବୃକ୍ଷ ରୋପଣର ଉଦେଶ୍ୟ ଓ ଏହାର ଉପଯୋଗୀକୁ ନେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ସଚେତନତା କରାଯିବ ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଖୁରା ପ୍ରକାଶ କରିଛନ୍ତି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |