ସରକାରୀ କର୍ମଚାରୀଙ୍କୁ ସାଧାରଣ ପ୍ରଶାସନର ନୋଟିସ୍‌,ଡବଲ ଡୋଜ୍‌ ଟିକା ନିଅ, ପହିଲାରୁ ଅଫିସ୍‌ ଆସ

ଭୁବନେଶ୍ୱର,୧୯/୦୬: ଭୁବନେଶ୍ୱରରେ କାର୍ଯ୍ୟରତ ସମସ୍ତ ବିଭାଗର ମୁଖ୍ୟ ଅଧିକାରୀ, ସହ କର୍ମଚାରୀଙ୍କ ସରକାରୀ ଉଦ୍ୟୋଗ କର୍ମଚାରୀମାନେ ଆସନ୍ତା ଜୁଲାଇ ପହିଲାରୁ ନିୟମିତ ଅଫିସ୍‌ ଆସିବେ । ଶତକଡ଼ା ଶହେ ପ୍ରତିଶତ କର୍ମଚାରୀରେ ଅଫିସ୍‌ ଚାଲିବ । ତେଣୁ ଏହା ପୂର୍ବରୁ ସମସ୍ତ କର୍ମଚାରୀ ଡବଲ ଡୋଜ୍‌ ଟିକା ନେବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୋଟିସ୍‌ ଜାରି ହୋଇଛି । ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଶ୍ରୀ ଚୋପ୍ରା ଚିଠିରେ ଦର୍ଶାଇଛନ୍ତି, ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଟିକାକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ହୋଇଥିଲା । ଏଥିରେ ପ୍ରାୟ ୬ ହଜାର କର୍ମଚାରୀ ଟିକା ନେଇଥିଲେ । ଏବେ ଦ୍ୱିତୀୟ ଡୋଜ୍‌ ପାଇଁ ୧୭ରୁ ଟିକାକରଣ ଆରମ୍ଭ ହୋଇଛି । ତେଣୁ ଭୁବନେଶ୍ୱରରେ ଅବସ୍ଥାପିତ ସରକାରୀ କର୍ମଚାରୀମାନେ ଯେପରି ଦ୍ୱିତୀୟ ଡୋଜ୍‌ ଟିକା ନିଶ୍ଚିତ ନେବେ ସେ ଦିଗରେ ନୋଡାଲ ଅଫିସରମାନେ ଧ୍ୟାନ ରଖିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି କାରଣରୁ ଯଦି କୌଣସି କର୍ମଚାରୀ ଟିକା ନେବାକୁ ଅକ୍ଷମ ହେବେ, ସେ ବିଭାଗୀୟ ମୁଖ୍ୟଙ୍କୁ ଏ ସଂପର୍କରେ ଆବେଦନ କରିବେ । ଏ ସଂପର୍କରେ ବିଭାଗ ଅନୁଧ୍ୟାନ କରି ସେ ଘରୁ କାମ କରିବେ ନା ନାହିଁ ନିଷ୍ପତ୍ତି ନେବେ । ମାତ୍ର ବିଭାଗର ବିନା ଅନୁମତିରେ ଯିଏ ଅଫିସରେ ଅନୁପସ୍ଥିତ ରହିବେ ତାଙ୍କର ଅନୁପସ୍ଥିତି ଉଦ୍ଦେଶ୍ୟମୂଳକ ବୋଲି ସରକାର ଧରିନେବେ । ତେଣୁ କର୍ମଚାରୀମାନେ ଟିକା ନେଇ ବିପଦମୁକ୍ତ ଭାବେ ଅଫିସରେ କାମ କରିବା ନେଇ ତୁରନ୍ତ ଟିକା ନେବାକୁ ପରାମର୍ଶ ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: