ସରକାର ଙ୍କ ନିୟମକୁ ବେଖାତିର୍ ଜିଲ୍ଲା ରେ ବୃଦ୍ଧି ପାଉଛି ଶିଶୁ ଶ୍ରମିକ

କରୋନା ର ଭରପୁର ଫାଇଦା ଉଠାଉଛନ୍ତି ଠିକାଦାର ଓ ସରକାରୀ ଯନ୍ତ୍ରୀ

ନବରଙ୍ଗପୁର,୨୮/୭(ମିହିର ଶଙ୍କର ପାତ୍ର):ନବରଙ୍ଗପୁର ଜିଲ୍ଲା ଗୋଟିଏ ଆଦିବାସୀ ବହୁଳ ଅଞ୍ଚଳ ହେଇଥିବାରୁ ଠିକାଦାର ମାନେ ଶିଶୁ ଶ୍ରମିକଙ୍କୁ କମ୍ ମୂଲ୍ୟ ଧାର୍ଯ୍ୟ ଦେଇ ନିଜ କାର୍ଯ୍ୟ ରେ ନିୟୋଜିତ କରୁଥିବା ଦୃଶ୍ୟ ସାମ୍ନା କୁ ଆସିଛି । କୋରନା କଟକଣା ଓ ନାଇଟ୍ କଫ୍ରୁ କୁ ଫୁ କରି ଶ୍ରମିକଙ୍କୁ ରାତ୍ରୀ ସମୟରେ ମଧ୍ୟ କାର୍ଯ୍ୟ ରେ ନିୟୋଜିତ କରୁଛନ୍ତି ଠିକାଦାର। ଶିଶୁ ମାନଙ୍କୁ କୈାଣସି କାର୍ଯ୍ୟ ରେ ନିୟୋଜିତ ନ କରିବା ପାଇଁ ଗୋଟିଏ ଗାଇଡ୍ ଲାଇନ୍ କରିଛନ୍ତି। କୋୖଣସି ବ୍ୟକ୍ତି ଯଦି ଶିଶୁ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରନ୍ତି ସେ ଠିକାଦାର କୁ ୬ ମାସ ରୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହ ୨୦ ହଜାର ଟଙ୍କା ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ର ବ୍ୟବସ୍ଥା ରହିଛି।ଏ ସବୁ ଜାଣି ମଧ୍ୟ ଠିକାଦାର ଓ ସରକାରୀ ଯନ୍ତ୍ରୀ କିଭଳି ସରକାର ଙ୍କ ନିର୍ଦ୍ଦେଶ ନିୟମାବଳୀକୁ ଦୂର୍ପଯଗ୍ୟ କରୁଛନ୍ତି ତାହା ଆଶ୍ଚର୍ଯ୍ୟ ର କଥା ? ଶିଶୁ ମାନେ ଦେଶର ଭବିଷ୍ୟତ, ସେମାନଙ୍କୁ ଉତ୍ତମ ଶିକ୍ଷା, ଉତ୍ତମ ଖାଦ୍ୟ, ଉତ୍ତମ ସ୍ଵାସ୍ଥ୍ୟ ଯୋଗାଇ ଦେବାପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ହେଲେ କେତେବେଳେ ଘର ପରିସ୍ଥିତି ଯୋଗୁଁ ବାଧ୍ୟ ହୋଇ ଲୋକେ ନିଜ ପିଲାଙ୍କୁ କାମ କରାଉଛନ୍ତି। ବିଶେଷକରି ଏହି ଅଞ୍ଚଳର ଶିଶୁମାନଙ୍କୁ ଅଳ୍ପ ମଜୁରି ଦେଇ ଶ୍ରମିକ ରୂପେ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ଠିକାଦାର ମାନେ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ମହାବିଦ୍ୟାଳୟ ପରିସରରେ ନବନିର୍ମିତ କଲେଜ ବିଲଡିଙ୍ଗ ର କାର୍ଯ୍ୟ ଚାଲିଥିବା ସ୍ଥାନରେ । ସୂଚନାଯୋଗ୍ୟ ଭୈରବ ମହାବିଦ୍ୟାଳୟ ପରିସରରେ ଚାଲିଥିବା ବିଲଡିଙ୍ଗ ରୋ ସରକାରୀ ମୂଲ୍ୟ ଏକ ୧ କୋଟି ୯୨ ଲକ୍ଷ ଟଙ୍କା ବଲି ଜଣାପଡିଛି । ଏହି କୋଠାଘର ନିର୍ମାଣ କାର୍ଯ୍ୟ ରେ ଷଷ୍ଠ,ସପ୍ତମ ଶ୍ରେଣୀରେ ପଢୁଥିବା ଝିଅ ମାନଙ୍କୁ କାର୍ଯ୍ୟ ନିୟୋଜିତ କରିଛନ୍ତି ଠିକାଦାର ବିନୋଦ ଅଗ୍ରୱାଲ। କୋରନା ସମୟରେ ଶିଶୁ ଶ୍ରମିକ ହେଉ ବା ଶ୍ରମିକଙ୍କୁ କୈାଣସି ସୁରକ୍ଷା ର ବ୍ୟବସ୍ଥା ମଧ୍ୟ କରାଯାଇନାହିଁ। ସାମାଜିକ ଦୂରତା ତୋ ଦୂର ର କଥା ସେମାନଙ୍କୁ ମାସ୍କ କି ହେଣ୍ଡଗ୍ଳୋବ ମଧ୍ୟ ଯୋଗାଇ ଦିଆଯାଇ ନଥିବା ଦେଖିବାକୁ ମିଳିଛି। ଖାଲି ସେତିକି ରେ ସମିତ ନୁହେଁ ନିଅମ ପ୍ରକାରେ ସୂଚନା ଫିଲୋକ ଲାଗିବା କଥା କିନ୍ତୁ କୈାଣସି ସୂଚନା ଫଳକ ମଧ୍ୟ ନାହିଁ। ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାତ୍ର ୮ ଘଣ୍ଟାରୁ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ନାଇଟ କଫ୍ରୁ ଜାରି କରିଛନ୍ତି। କିନ୍ତୁ ଏଠାରେ ଠିକାଦାର ବିନୋଦ ଅଗ୍ରୱାଲ ସରକାର ଙ୍କ ନିର୍ଦ୍ଦେଶ କୁ ଫୁ କରି ରାତ୍ରୀ ସମୟରେ ଶ୍ରମିକଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଶିଶୁ ଶ୍ରମିକଙ୍କୁ କାର୍ଯ୍ୟ ରେ ନିୟୋଜିତ ହେଉଥିବା ସବୁ ଜାଣି ମଧ୍ୟ ସରକାରୀ ଯନ୍ତ୍ରୀ ଚୁପ୍ ରହୁଛନ୍ତି। ହେଲେ ଜଣାପଡିଛି ଠିକାଦାର ଓ ସରକାରୀ ଯନ୍ତ୍ରୀ ର ସଲାସୁତୁରା ଫଳରେ ସେହି କୋମଳମତି ଶିଶୁଙ୍କ ଶୈଶବ ଶ୍ରମରୁ ଆରମ୍ଭ ହୋଇ ଶ୍ରମରେ ଶେଷ ହୋଇ ଯାଉଛି। ଆମ ପ୍ରତିନିଧି ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରୁଥିବା ଦେଖି ବିନୋଦ ଅଗ୍ରୱାଲ ଶିଶୁ ଶ୍ରମିକଙ୍କୁ ଆମ ପ୍ରତିନିଧି ପାଖକୁ ପଠାଇଥିଲେ। ଶିଶୁ ଶ୍ରମିକ ମାନେ ଆମ କୁ କାମ ଯୋଗାଇ ଦିଅ ତୋମ ପାଇଁ ଆମକୁ କାମ ରୁ ବାହାର କରିଦେବ ବୋଲି କହୁଛି ବଲି ଯୁକ୍ତି କରିଥିଲେ। ଦୁଃଖ ର ବିଷୟ ସ୍ଵାଧୀନତା ର ୭୨ ବର୍ଷ ପରେ ମଧ୍ୟ ବିଶେଷ କିଛି ପରିବର୍ତ୍ତନ ହେଇ ନାହିଁ। ନିର୍ମାଣ ରେ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରୁଥିବା ଘଟଣାଟି ଚାଇଲ୍ଡ ଲାଇନ ବା ଶିଶୁ ମଙ୍ଗଳ କମିଟି ପାଖକୁ ପହଞ୍ଚି ପାରୁନାହିଁ ଏହାର କାରଣ କଣ ?? ସରକାରୀ ଯନ୍ତ୍ରୀ ଓ ଠିକାଦାର ମଧ୍ୟରେ ମଧୁଛନ୍ଦ୍ରିକା ରେ ବଳି ପଡ଼ୁଛନ୍ତି ଶିଶୁ ଶ୍ରମିକ। ତେଣୁ ଶିଶୁ ମାନଙ୍କୁ ଶ୍ରମିକ ରୂପେ କାର୍ଯ୍ୟ ରେ ନିୟୋଜିତ କରୁଥିବା ଠିକାଦାର ଓ ସରକାରୀ ଯନ୍ତ୍ରୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି।ଏହି ଘଟଣା ବିଷୟରେ ବୁଝିବା ପାଇଁ ସରକାରୀ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବି ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ହାଇପାରୁନଇଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!