ଅନୁଗୁଳ ୯/୨: ଅନଗୁଳ ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ କେହି ଅପହରଣ କରିଥିବା ଅଭିଯୋଗ । ଅଭିଯୋଗ ଆଣିଛନ୍ତି ସରପଞ୍ଚଙ୍କ ସ୍ତ୍ରୀ । ସରପଙ୍କ ପ୍ରାର୍ଥୀ ମନୋଜ ସେଠୀ ଗତକାଲି ସନ୍ଧ୍ୟାରୁ ନିଖୋଜ ଅଛନ୍ତି । ତାଙ୍କର ଫୋନ ସ୍ୱିଚ ଅଫ ରହିଲା ପରେ ପରିବାର ଲୋକ ଏବଂ ଗ୍ରାମବାସୀ ବିଳମ୍ବିତ ରାତିରେ ଛେଣ୍ଡିପଦା ଥାନାରେ ଅଭିଯୋଗ ଆଣିଛନ୍ତି । ଛେଣ୍ଡିପଦା ପୋଲିସ ବହୁ ଖୋଜାଖୋଜି କରି ବର୍ତ୍ତମାନ ସୁଦ୍ଧା କିଛି ଖବର ପାଇ ନାହାନ୍ତି । ତଦନ୍ତ ଚାଲୁ ରହିଛି ବୋଲି କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |