ସର୍ଭେ ସମୟରେ ଜ୍ଞାନବ୍ୟାପୀ ମସଜିଦ୍‌ରୁ ବାହାରିଲା ଶିବଲିଙ୍ଗ

ନୂଆଦିଲ୍ଲୀ ୧୬/୦୫:ବାରାଣସୀରେ ଜ୍ଞାନବ୍ୟାପୀ ମସଜିଦରେ ସର୍ଭେକୁ ଆଜି(ସୋମବାର) ତିନି ଦିନରେ ପହଞ୍ଚିଛି । ବାରାଣସୀର ପ୍ରସିଦ୍ଧ ଜ୍ଞାନବାପୀ ମସଜିଦରେ ଭିଡିଓ ସର୍ବେକ୍ଷଣ ସମ୍ପୂର୍ଣ୍ଣ ହୋଇଛି । କିଭଳି ସ୍ଥିତିରେ ରହିଛି ଜ୍ଞାନବାପି ମସଜିଦର ଚର୍ଚ୍ଚିତ ପଶ୍ଚିମ କାନ୍ଥ? ମସଜିଦର କାନ୍ଥରେ ଅଧିଷ୍ଠିତ ହିନ୍ଦୁ ଦେବାଦେବୀ ଅଛନ୍ତି କି ?  ଆଜି ମସଜିଦ୍ ପରିସରରେ ତୃତୀୟ ଦିନର ଭିଡିଓଗ୍ରାଫି ସହ ଶେଷ ହୋଇଛି ଏସବୁ ସର୍ଭେ କାମ । ସର୍ଭେ ଶେଷ ହୋଇଥିବା ବେଳେ ମସଜିଦ୍ ପରିସରରୁ କିଛି ଚାଞ୍ଚଲ୍ୟକର ପ୍ରମାଣ ମିଳିଥିବା ଦାବି କରାଯାଉଛି ।ହିନ୍ଦୁ ପକ୍ଷର ଓକିଲ ଦାବି କରିଛନ୍ତି ଯେ ମସଜିଦ୍ ଭିତରେ ଥିବା ଏକ ପପୋଖରୀର ଶିବଲିଙ୍ଗ ମିଳିଛି । ୟୁପିର ଏକ ଅଦାଲତ ସେହି ପୋଖରୀକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟିର ଓକିଲ କହିଛନ୍ତି ଯେ ‘ଶିବଲିଙ୍ଗ’ ପାଇଛନ୍ତି ବୋଲି ଦାବି କରୁଥିବା ଦଳ କେବଳ ଗୁଜବ କରୁଛନ୍ତି । ସେ କହିଛନ୍ତି ଯେ ବଜୁଖାନାରେ କୌଣସି ଶିବଲିଙ୍ଗ ମିଳି ନାହିଁ । ଓକିଲ ରଏସ୍ ଅହମ୍ମଦ ଅନସାରୀ କହିଛନ୍ତି ଯେ, ଜ୍ଞାନବ୍ୟାପୀ ମସଜିଦର ବଜୁଖାନାରେ କେବଳ ଗୋଟିଏ ପଥର ଅଛି । ଯାହାର ସଂରଚନାକୁ ଶିବଲିଙ୍ଗ ଭାବରେ କୁହାଯାଉଛି, ତାହା ହେଉଛି ଏକ ପଥର । ଏହି ସମସ୍ତ ଦାବି ମିଥ୍ୟା ଅଟେ । ସୂଚନା ଅନୁଯାୟୀ, ମସଜିଦର ଉପର କୋଠରୀରେ ନମାଜ ପାଠ କରାଯାଏ । ସେଠାରେ ବଜୁ କରିବା ପାଇଁ ଏକ ସ୍ଥାନ ଅଛି । ଏବେ କୁହାଯାଉଛି ଯେ, ଏହି ପୋଖରୀରେ ଶିବଲିଙ୍ଗ ମିଳିଛି । ଏହି ଅଞ୍ଚଳକୁସିଲ୍ କରିବା ଏବଂ କଡାକଡି ଜଗି ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଏଠାରେ କୌଣସି ବ୍ୟକ୍ତିର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: