ସଲମାନ ଖାନ ଓ ତାଙ୍କ ପିତାଙ୍କୁ ହତ୍ୟା ଧମକ

ମୁମ୍ବାଇ,୬/୬: ବଲିଉଡର ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କୁ ମିଳିଛି ହତ୍ୟା ଧମକ ।  ଉଭୟ ବାପ ପୁଅଙ୍କ ଅବସ୍ଥା ସିଦ୍ଧୁ ମୁସେଓ୍ୱାଲା ପରି ହେବ ବୋଲି ମିଳିଛି ଖୁଲମଖୁଲା ଧମକ । ବଲିଉଡର ଭାଇଜାନଙ୍କ ପିତାଙ୍କୁ ଏପରି ଧମକ ମିଳିବା ପରେ ମୁମ୍ବାଇ ପୁଲିସ୍‌ର ଟେନସନ ବଢ଼ି ଯାଇଛି।  ବାଦ୍ରା ପୁଲିସ୍‌ ଏ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୁମ୍ବାଇ ପୁଲିସ୍‌ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ସଲମାନ ଖାନଙ୍କ ପିତା ପ୍ରତିଦିନ ସକାଳେ ନିଜ ସିକ୍ୟୁରିଟି ଷ୍ଟାଫଙ୍କ ସହ ମର୍ଣ୍ଣିଂ  ୱାକ ଯାଇଥାନ୍ତି। ସେଠାରେ ସେ  ଏକ ସ୍ଥାନରେ ବେଳେବେଳେ ବସୁଥିବା ବେଳେ ଉକ୍ତ ସ୍ଥାନରୁ ତାଙ୍କ ଷ୍ଟାଫଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। କର୍ମଚାରୀମାନେ ଏହି ଚିଠିକୁ ସଲିମ ଖାନଙ୍କୁ ଦେଇଥିବା ବେଳେ ଏନେଇ ବାଦ୍ରା ଥାନାରେ ଅଭିଯୋଗ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: