ସାଇବର ଅପରାଧ ରୋକିବ ଚଳଚ୍ଚିତ୍ର

ଭୁବନେଶ୍ୱର,୨୦।୦୪ : ସାଇବର ଅପରାଧ ରୋକିବାକୁ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ । ତଥାପି ଥମୁନି ସାଇବର ଠକେଇ । ଲୋକଙ୍କୁ ଅଧିକ ସଚେତନ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ମାଣ ହେଉଛି ଏକ କ୍ଷୁଦ୍ର ଚଳଚ୍ଚିତ୍ର, ଯାହାର ଆଜି ଶୁଭ ମହୁରତ ହୋଇଛି।ତେବେ ଫିଲ୍ମରେ ଓଲିଉଡ଼ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ ବସନ୍ତ ସାହୁ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଆଜିର ଏହି ମହୁରତ ଉତ୍ସବରେ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ସଞ୍ଜୀବ ଫଣ୍ଡା, ଆଇଜି ଅମିତେନ୍ଦ୍ର ସିହ୍ନା ଓ ଡିଆଇଜି ଜେ. ଏନ୍ ପଙ୍କଜଙ୍କ ସହ ବହୁ ବରିଷ୍ଠି ଅଧିକାରୀ ଉପସ୍ଥିତ ଥିଲେ । ଏହି ଫିଲ୍ମଟି ସାଇବର ଅପରାଧ ରୋକିବା ଦିଗରେ ସହଯୋଗ ହେବ ବୋଲି କ୍ରାଇମ୍‌ବ୍ରାଞ୍ଚ ଅଧିକାରୀମାନେ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!