ଗଞ୍ଜାମ-୨/ ୬(ମନୋଜ କୁମାର ପାତ୍ର):ବିଭିନ୍ନ ଗଣସଂଗଠନର ଲଢୁଆ ସାଥି ତଥା ସିପିଆଇ(ଏମ. ଏଲ)ରେଡ୍ ଷ୍ଟାରର ଓଡିଶା ରାଜ୍ୟ କମିଟି ସମ୍ପାଦକ କମ୍ରେଡ ଶିବରାମଙ୍କ ଉଧେଶ୍ୟରେ ଆଜି ଜୀବନ ଜୀବିକା ଓ ପରିବେଶ ସୁରକ୍ଷା ମଞ୍ଚ ପକ୍ଷରୁ ମାଟିଖlଲ ଗ୍ରାମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ହୋଇଯାଇଛି।ଦୀର୍ଘ ଦିନ ଧରି କରୋନା ସଂକ୍ରମଣରେ ରହି ଗତ ୨୮ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ସାଥି ଗୁରୁଦେବ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି ସ୍ମୃତି ସଭାରେ ସାଥି ଉଦୟ ପ୍ରଧାନ କମ୍ରେଡ ଶିବରାମଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ।ଉପଦେଷ୍ଟା ଆଇନଜୀବୀ ଅବନୀ ଗୟା କମ୍ରେଡ ଶିବରାମଙ୍କ ସଂଗ୍ରାମମୟ ଜୀବନରେ ବୈପ୍ଲବିକ ଆଦର୍ଶ ପ୍ରତି ଥିବା ତାଙ୍କ ବଳିଷ୍ଠ ଅବଦାନକୁ ଆଲୋଚନା କରିଥିଲେ।ବସ୍ତି ସୁରକ୍ଷା ଆନ୍ଦୋଳନଠୁ ଆରମ୍ଭକରି ନିୟମଗିରି ସୁରକ୍ଷା ଆନ୍ଦୋଳନ, ସ୍ଥାନୀୟ ଅଂଚଳରେ IREL ର ମୋନIଜIଇଟ ପ୍ଲାଣ୍ଟ ବିରୋଧୀ ଆନ୍ଦୋଳନ ଓ ଷ୍ଟିଲ ପ୍ଲାଣ୍ଟ ନାଁରେ ଟାଟା କମ୍ପାନୀ ର ଜବରଦସ୍ତ ଜମିଦଖଲ ବିରୁଦ୍ଧରେ ଅଂଚଳବାସୀଙ୍କ ଆନ୍ଦୋଳନ ଓ ମାଟିଖIଲ ଗ୍ରାମବାସୀଙ୍କ ଜମି ଜଙ୍ଗଲ ସୁରକ୍ଷା ପାଇଁ ଚାଲିଥିବା ଆନ୍ଦୋଳନ ପର୍ଯ୍ୟନ୍ତ ଲଢେଇରେ ସାମିଲ ରହି ଗଣଶକ୍ତିକୁ ମଜବୁତ କରିବାପାଇଁ ସେ ଅହରହ ଚେଷ୍ଟା କରିଛନ୍ତି।ତାଙ୍କ ଏହି ବଳିଷ୍ଠ ଅବଦାନକୁ କଦାପି ଭୁଲିହେବ ନାହିଁ।ସବୁଦିନ ପାଇଁ ସ୍ଥାନୀୟ ଅଂଚଳରେ ସେ ଏକ ଆଦର୍ଶଗତ ଲଢେଇର ଚିହ୍ନ ଛାଡି ଚାଲିଯାଇଛନ୍ତି।ଆଜିର ଏହି ସ୍ମୃତି ସଭାରେ ସ୍ଥାନୀୟ ଅଂଚଳବାସିଙ୍କ ମଧ୍ୟରେ ବନ୍ଧୁ ପ୍ରଧାନ, ଦଣ୍ଡପାଣି ପ୍ରଧାନ,ଦେବରାଜ ପ୍ରଧାନ, ଇନ୍ଦୁ ପ୍ରଧାନ, ଚଞ୍ଚଳI ପ୍ରଧାନ, ଅଧିକାରୀ ପ୍ରଧାନ।ଝୁନା ପ୍ରଧାନ ପ୍ରମୁଖ ବହୁ ବ୍ୟକ୍ତି ସାଥି ଶିବରାମଙ୍କୁ ବୈପ୍ଲବିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି I
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |