ରାଜକନିକା,୨୯ା୫: ବାତ୍ୟା ‘ୟାସ୍’ରେ କ୍ଷୟକ୍ଷତି ହୋଇଥିବା ରାଜକନିକା ବ୍ଲକ୍ର ଉପୁଳାଇ, ବାଙ୍ଗରକୁଆଁ ଓ ଗୁଆଳିଗାଁ ଗ୍ରାମରେ ସାଧନା ସେଚ୍ଛାସେବୀ ସଂଗଠନ ପକ୍ଷରୁ ବିପନ୍ନ ପରିବାରଙ୍କୁ ସୁଖିଲା ଖାଦ୍ୟ ଚୁଡ଼ା, ଚିନି, ମହମବତୀ ଏବଂ ବିସ୍କୁଟ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନେତାଜୀ କ୍ଲବ, ତରାସର ସଦସ୍ୟମାନେ ସହଯୋଗ କରିଥିଲେ । ସ୍ୱେଚ୍ଛାସେବୀ ସାଧନା ନାୟକ, ଗୌରିଶଙ୍କର ମିଶ୍ର, ଶୁଭ୍ରଜିତ୍ ବିଶ୍ୱାଳ, ଅଂଶୁମାନ ଖଟୁଆ, ଅନୀଲ ମଲ୍ଲିକ ଏବଂ ମୁକ୍ତିକାନ୍ତ ଦଳାଇ ପ୍ରମୁଖ ରିଲିଫ୍ ବଂଟନରେ ସହାୟତା କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |