ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୨୩।୧:ପାପଡାହାଣ୍ଡି ବ୍ଲକ ଠାରେ ଜାନୁଆରୀ 26 ରେ ହେବାକୁ ଥିବା ସାଧାରଣ ତନ୍ତ୍ରଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ପାପଡାହାଣ୍ଡି ବ୍ଲକ ସଭାଗୃହ ଠାରେ ଆଜି ପାପଡାହାଣ୍ଡି ବିଡ଼ିଓ ରଂଜିତା ମଲିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ବ୍ଲକ ଉପାଦକ୍ଷ ସୁଶାନ୍ତ କୁମାର ବେହେରା ଙ୍କ ଉପସ୍ଥିତ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ବିଗତ 2 ବର୍ଷ କରୋନା ର ପ୍ରଭାବ ରେ ସାଧାରଣ ତନ୍ତ୍ରଦିବସ କୁ ନିରାଡ଼ମ୍ଭରରେ ପାଳନ କରାଯାଉଥିବା ବେଳେ ବର୍ତମାନ କରୋନା କଟକଣା ଉଠିଯିବା ଯୋଗୁଁ ଚଳିତ ବର୍ଷ ଏହାକୁ ଆଡମ୍ବର ରେ ପାଳନ କରାଯିବାପାଇଁ ନିଷ୍ପତି ନିଆଯାଇ ଥିଲା | ଏହିଥର ପାପଡାହାଣ୍ଡି ସଦର ମହକୁମା ରେ ଥିବା ସମସ୍ତ ବିଦ୍ୟାଳୟ, କଲେଜ, ବେସରକାରୀ ବିଦ୍ୟାଳୟ ଏବଂ ପୋଲିସ ବିଭାଗ କୁ ପ୍ୟାରେଡ ରେ ସାମିଲ କରାଯିବାପାଇଁ ନିଷ୍ପତି ନିଆଗଲା | ଏଥର ମଧ୍ୟ ପାପଡାହାଣ୍ଡି ଲାଲ ବହାଦୁର ହାଇସ୍କୁଲ ଠାରେ ପ୍ୟାରେଡ ସହ ପତାକା ଉତୋଳନ କରାଯିବ | ପ୍ରତ୍ୟେକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ପାଇଁ 3 ଟି ବର୍ଗ ଯଥା ସିନିଅର, ଜୁନିଅର ଏବଂ ସବ ଜୁନିଅର ବର୍ଗ ରେ ବିଭିନ୍ନ ପ୍ରତିଯୋଗିତା କରି ପୁରସ୍କୃତ କରାଯିବା ପାଇଁ ସମସ୍ତ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ମାନଙ୍କୁ ନିର୍ଦେଶ ଦିଆଯାଇଛି | ହାଇସ୍କୁଲ ପଡିଆ ଠାରେ ବିଭିନ୍ନ ବିଦ୍ୟାଳୟ ଏବଂ କଲେଜ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ପ୍ୟାରେଡ ଏବଂ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ | ଏହି ବୈଠକ ରେ ବିଭିନ୍ନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, କଲେଜ ର ଅଧ୍ୟାପକ, ପାପଡାହାଣ୍ଡି ଥାନା ଏ ଏସ ଆଇ ଏବଂ ଲାଇନ ବିଭାଗ ର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |