ସାମ୍ବାଦିକ ଓ ସଙ୍ଗୀତଜ୍ଞ ସୁଦୀପଙ୍କ ଚିତ୍ର ଆଙ୍କିଲେ ଶିଳ୍ପୀ ସ୍ଥିତଧୀ

ବ୍ରହ୍ମପୁର-୯/୬(ମନୋଜ କୁମାର ପାତ୍ର):ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଅନ୍ନପୂର୍ଣ୍ଣାନଗରୀ ନିବାସୀ ତଥା ଗଞ୍ଜାମର ଆନ୍ତର୍ଜାତୀୟ ଖ୍ୟାତନାମା ଚିତ୍ର ଶିଳ୍ପୀ ସ୍ଥିତଧୀ ରଥ ବୁଧବାର ବ୍ରହ୍ମପୁର ର ବରିଷ୍ଠ ସାମ୍ବାଦିକ ଓ ଗାୟକ ସୁଦୀପ କୁମାର୍ ସାହୁଙ୍କୁ ତାଙ୍କର ଏକ ଫଟୋ ଚିତ୍ର ନିଜେ କରି ପ୍ରଦାନ କରିଛନ୍ତି।ସାମ୍ବାଦିକ ସାହୁଙ୍କ ବିଭିନ୍ନ କ୍ଷେତ୍ରରେ ଅବଦାନ,ପୁରସ୍କାର ଓ ତାଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ସେ ଏପରି ଚିତ୍ର ଆଙ୍କିଥିବା କହିଛନ୍ତି।ବ୍ରହ୍ମପୁର ଖଲ୍ଲିକୋଟ କଲେଜ ନିକଟରେ ସେ ଓ ତାଙ୍କ ଧର୍ମପତ୍ନୀ ପ୍ରଭାସିନୀ ଅଧିକାରୀ ବୁଗୁଡ଼ାରୁ ଆସି ଉପସ୍ଥିତ ରହି ଏହି ଚିତ୍ର ଦେଇଥିଲେ।ସାମ୍ବାଦିକ ସାହୁ ଖୁସି ହୋଇ ଶିଳ୍ପୀ ରଥଙ୍କୁ ଉପଢୌକନ ପ୍ରଦାନ୍ ପୂର୍ବକ ସମ୍ବର୍ଦ୍ଧିତ କରି ତାଙ୍କୁ ସାଧୁବାଦ୍ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ।ସୂଚନା ଯୋଗ୍ୟ ଶିଳ୍ପୀ ରଥ ନିଜର ବହୁ ଚିତ୍ର ମାଧ୍ୟମରେ ଦେଶ ବିଦେଶ ରେ ଅତି ପରିଚିତ ଓ ପୁରସ୍କୃତ ହୋଇଛନ୍ତି।ବ୍ରହ୍ମପୁରରେ ପୂର୍ବତନ ମେୟର କେ.ମାଧବୀ ମଧ୍ଯ ଶିଳ୍ପୀ ରଥଙ୍କୁ ପୂର୍ବରୁ ସମ୍ବର୍ଦ୍ଧିତ କରିଥିଲେ ।

WhatsApp Image 2021 06 09 at 1.54.50 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!