ସାମ୍ବାଦିକ ମାନଙ୍କ ତରଫରୁ ମାସ୍କ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ

ମାଲକାନଗିରି ,୦୮/୦୬ (ଶ୍ରୀନିବାସ ପଣ୍ଡା/ଭିକି ବାରିକ):– ଆଜି ପଡ଼ିଆ ବ୍ଲକ ଅନ୍ତର୍ଗତ ମାଟେରୁ ପଞ୍ଚାୟତରେ ସାମ୍ବାଦିକ ମାନେ ଯଥା,ଏନ ରବି କୁମାର, ମାଦ୍ରି୍ ମେଶାକ୍, ରାଜେନ୍ଦ୍ର ପ୍ରସାଦ, ଚିନ୍ନାମ ଆନାକ,ସିଏଚ. ଚିନ୍ନା, ଇତ୍ୟାଦି ସାମ୍ବାଦିକ ବନ୍ଧୁମାନଙ୍କ ସହାୟତା ରେ ଗରିବ, ବିକଳାଙ୍ଗ ଙ୍କୁ ସହାୟତ ଉଦ୍ଦେଶ୍ୟରେ କିଛି ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି। ଏହାସହ ଏହି ମହାମାରୀ ରେ ସଚେତନ ର ବାର୍ତ୍ତା ମଧ୍ୟ ଦେଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ମାଟେରୂ ପଞ୍ଚାୟତ ର ସରପଞ୍ଚ ଯୋଗି ମାଡ଼ି, ଯୋଗାଣ ସହାୟକ ଈଶ୍ୱର ମାଝୀ ସହ ଗାଁ ଲୋକେ ଯୋଗ ଦେଇଥିଲେ। ସରପଞ୍ଚ ଲୋକ ଙ୍କୁ କରୋନା ର ସର୍ତକତା ବିଷୟରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ରେ ପାଖ ଗାଁ ଏରବାନ୍ ପାଲ୍ଲୀ ର ଲୋକ ଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।

WhatsApp Image 2021 06 08 at 8.43.46 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: